ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ । ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ମୋହନ ସାହୁ ନାମକ ଯୁବକ ଲୁଟର ଶିକାର ହୋଇଥିବା ଜଣାପଡିଛି ।
ଏକ ତେଜରାତି ଦୋକାନରେ କାମ କରୁଥିବା ମୋହନ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିଲେ । ଲିଙ୍ଗରାଜ ବାଇପାସ ରାସ୍ତାରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ ।
ତେବେ ସ୍ଥାନୀୟ ଖୁଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କ ଫଟୋ ଥିବା ପୁଲିସ ଅନୁମାନ କରୁଛି । ଖୁବଶୀଘ୍ର ଏହାକୁ ଯାଞ୍ଚ କରାଯାଇ ତଦନ୍ତକୁ ତ୍ୱାରାନିତ କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଏୟାରଫିଲ୍ଡ ଅଞ୍ଚଳର ବୋଲି ଜଣାପଡିଛି ।