ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦିନଦ୍ୱୀପହରରେ ଯୁବକଙ୍କୁ ହତ୍ୟା । ମଞ୍ଚେଶ୍ୱର ଥାନା ପଳାଶୁଣି ନିକଟରେ ଥିବା ମଦ କାଉଣ୍ଟର ସାମ୍ନାରେ ଘଟିଛି ଏହି ଘଟଣା । ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସପିଟାଲ ପଠାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଅଘଟଣ ଘଟିଥିବା ଅନୁମାନ କରୁଛି ପୁଲିସ ।
ମିଳିଥିବା ରିପୋର୍ଟ ଅନୁସାରେ, ଯୁବକ ଜଣକ ମଦ କିଣିବା ଲାଗି କାଉଣ୍ଟରକୁ ଆସିଥିଲେ । ଠିକ ଏହି ସମୟରେ ତାଙ୍କ ପେଟକୁ ଛୁରାମାଡ଼ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ପୁଲିସ ପୂରା ଘଟଣାର ତଦନ୍ତ କରୁଛି ।