ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ମହଙ୍ଗା ପଡିଲା ପାୱାରଫୁଲ ଅଫିସରଙ୍କ ଗାଡି ଯାଁଚ । ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଯାହାକୁ ନେଇ ଏବେ ହରଡଘଣାରେ ପଡିଛନ୍ତି ଜଣେ ଜୁନିୟର ଏମଭିଆଇ । ଗତ ୩ଦିନ ତଳେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁଠୁ ଚର୍ଚ୍ଚା ।
ଏଟିଆରକୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାରେ ଜଣେ ଜୁନିୟର ଏମଭିଆଇ ବିଳମ୍ବିତ ରାତିରେ ଗାଡି ଗୁଡିକୁ ଯାଁଚ କରୁଥିଲେ । ତେବେ ସେହି ସମୟରେ ୩ୟ ମହଲାର ଫାୱାରଫୁଲ ଅଫିସର ଫେରୁଥିଲେ । ବିଚରା ଜୁନିୟର ଏମଭିଆଇ ତାଙ୍କୁ ଚିହ୍ନି ନପାରି ଗାଡିକୁ ଅଟକାଇବା ସହ ଯାଁଚ ଆରମ୍ଭ କରିଥିଲେ । ତେବେ କଥା ଏଇଠି ସରିନଥିଲା ।
ଏମଭିଆଇ ଜଣଙ୍କ ଚେକିଂ କରୁଥିବା ବେଳେ ଫାୱାରଫୁଲ ଅଫିସର ଦେଖାଇଥିଲେ ପାୱାର କସରତ । ପରିଚୟ ଦେବା ସହ ଚେକିଂ ବେଳେ କଟା ଯାଇଥିବା ରସିଦ ବହିକୁ ଓଲଟି ସ୍କାନରକୁୁ ଆଣିଥିଲେ ଏହି ପାୱାରଫୁଲ ଅଫିସର । ବିଚରା ଏମଭିଆଇ ନିଜେ ଚେକିଂ କରୁକରୁ ସେ ବି ଚେକିଂରେ ପଡିଗଲେ । ଚେକିଂ ରସିଦ ବହିରେ କଟାଯାଇଥିବା ଅର୍ଥ ଅପେକ୍ଷା ଜୁନିୟର ଏମଭିଆଇଙ୍କ ପାଖରୁ ଅଧିକ ଅର୍ଥ ମିଳିଥିବା ପାୱାରଫୁଲ ଅଫିସର ଜଣଙ୍କ ଜାଣିବାକୁ ପାଇଥିଲେ । କଥା ଏଠି ସରିନଥିଲା ।
ପାୱାରଫୁଲ ଅଫିସର ଭୁବନେଶ୍ୱର ପହଁଚିବା ପରେ ସମ୍ପୃକ୍ତ ଜୁନିୟର ଏମଭିଆଇଙ୍କ ବିରୋଧରେ କାର୍ଯର୍୍ୟାନୁଷ୍ଠାନ ନେବା ଲାଗି ଏବେ ପରିବହନ କମିଶନରଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଠି ପ୍ରଶ୍ନ ପରିବହନ କମିଶନରଙ୍କୁ ୩ୟ ମହଲାର ଏହି ପାୱାରଫୁଲ ଅଫିସର ଜଣଙ୍କ କ’ଣ ମୌଖିକ ନିର୍ଦ୍ଦେଶ ଦେବାର କିଛି ସରକାରୀ ବିଧି ବ୍ୟବସ୍ଥା ରହିଛି କି? ଏମଭିଆଇ ଜଣଙ୍କ ଯଦି ବେଆଇନ ଅର୍ଥ ଆଦାୟ କରିଥାନ୍ତି ତାହାହେଲେ ଏହା ଅତି ସାଙ୍ଘାତିକ ନିଶ୍ଚୟ ।
କିନ୍ତୁ ମାରମାର ଭଣ୍ଡାରିଆକୁ ମାର ନୀତିରେ ସରକାରଙ୍କ ନାକ ନିଶ ତଳେ ଏମିତି କେତେ ଅଫିସର ଆଉ ଅଧିକାରୀ କୋଟି କୋଟି ଟଙ୍କା ହଡପ କରୁଥିବା ବେଳେ ସେମାନଙ୍କ ଉପରେ ୩ୟ ମହଲାର ଅଫିସର ଯଦି ଏଭଳି ପାୱାର କସରତ ଦେଖାନ୍ତେ ତେବେ ପ୍ରଶାସନରେ କେତେ ସ୍ୱଚ୍ଛତା ଆସିଯାନ୍ତା ସତରେ । ଶେଷ ଖବର ଅନୁଯାୟୀ ଏବେ ଜୁନିୟର ଏମଭିଆଇ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ।