ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ; ରେଲମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁରରୁ ସୁରଟକୁ ଯାତାୟତ ନିମନ୍ତେ ପ୍ରତିଦିନ ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ପିୟୁଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ସୁରଟରେ ରହୁଥିବା ୭ ଲକ୍ଷ ଓଡିଆ ଙ୍କ ବିଷୟରେ ଜଣାଇଛନ୍ତି । ୭ ଲକ୍ଷ ଓଡିଆ ମାନେ ସୁରଟ ଯିବା ପାଇଁ ବହୁ କଷ୍ଟ ସହୁଥିବା ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
ବର୍ତ୍ତମାନ ସମୟରେ କେବଳ ପୁରୀ-ଅହମଦାବାଦ ଏକ୍ସପ୍ରେସ ସପ୍ତାହକୁ ୪ ଦିନ ଚାଲୁଛି । ସେହିଭଳି ପୁରୀ-ଓଖା ଏକ୍ସପ୍ରେସ ସପ୍ତାହରେ ଗୋଟିଏ ଦିନ ଚାଲୁଥିବାବେଳେ ପୁରୀ-ଗାନ୍ଧୀଧାମ ମଧ୍ୟ ୭ଦିନରେ ଥରେ ଚାଲୁଛି । ବ୍ରହ୍ମପୁରରୁ ସୁରଟ ଯିବାଲାଗି ପ୍ରତିଦିନ ଦୁଇଟି ନୂତନ ଟ୍ରେନର ଆବଶ୍ୟକତା ଥିବା କଥା ଦିର୍ଘଦିନରୁ ଓଡିଶା କହିଆସୁଛି । ବ୍ରହ୍ମପୁରରୁ ସୁରଟ ଯିବାଲାଗି ନୂତନ ଟ୍ରେନର ଦାବୀ ଓଡିଶା ପୁର୍ବରୁ ବହୁବାର କରିଆସିଥିବା ବେଳେ ଏ ସମ୍ପର୍କରେ ଅତିଶିଘ୍ର ପଦେକ୍ଷପ ନେବାକୁ ନବୀନ ଚିଠି ମାଧ୍ୟମରେ ପିୟୂଷଙ୍କୁ ଅନୁରୋଧ କରିଛନ୍ତି ।