ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବିଜେପି ଏକ ଫମ୍ପା ମାଠିଆ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । ପ୍ରତିଶୃତି ଦେଇ ପ୍ରତିଶୃତି ପାଳନ ନ କରିବା ବିଜେପିର କାମ ବୋଲି କହିଛନ୍ତି ନବୀନ । ମୋଟା ମୋଟି ଭାବେ ପ୍ରତିଶୃତି ପ୍ରରଣ ନ କରିବା ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।
ସୂଚନା ଯୋଗ୍ୟ , ଆଜିଠାରୁ ବିଜେଡିର ମାସିକିଆ ପଦଯାତ୍ରା ଆରମ୍ଭ ହେଉଥିବା ବେଳେ ଭୁବନେଶ୍ୱର ଝରଣାବସ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରାଜନୀତି ସରଗରମ ହୋଇପଡିଛି । ନବୀନ ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ନିଶାନା ବନାଇଛନ୍ତି । ବିଜେପି ଦେଇଥିବା ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବ ବୋଲି କହିଥିଲା । ମାତ୍ର ବିଜେପି ସେ ପ୍ରତିଶୃତିକୁ ପୂରଣ କରିପାରିନାହିଁ ବୋଲି ନବୀନ କହିଛନ୍ତି । ତେବେ ଦେଇଥିବା ପ୍ରତିଶୃତି କିଏ ରଖୁଛି ଆଉ କିଏ ରଖୁନି ତାହା ଲୋକେ ଜଣିପାରୁଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବହୁ ହିତାଧିକାରୀ କଟିଜିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ କଲା ବୋଲି ସେ କହିଛନ୍ତି ।
ଏପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ପୂରା ଭାରତରେ ଓଡିଶାର ସରକାର ନିକମ୍ମା ଓ ଅକର୍ମା ବୋଲି ସେ କହିଛନ୍ତି । ନବୀନ ବାବୁ କଣ କହନ୍ତି ଓ କଣ କରନ୍ତି ଏ କଥା ସମସ୍ତେ ଜାଣନ୍ତି । କେନ୍ଦ୍ରରୁ ଆସୁଥିବା ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନଥିବା ବେଳେ ପରବର୍ତ୍ତ କିସ୍ତି ମଧ୍ୟ ଓଡିଶା ଆଣି ପାରୁନାହିଁ ବୋଲି ହରିଚନ୍ଦନ କହିଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଉତ୍ତର ନଥିବ ବୋଲି ସେ ବିଜେଡି ସରକାରଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି ।