ଭୁବନେଶ୍ୱର,(ଏଟିଆର ଅନୁସନ୍ଧାନ): ୧୯ଟି ସିସିଟିଭି କ୍ୟାମେରା । ୧୧୫ରୁ ଅଧିକ କର୍ମଚାରୀ । ଏହାବାଦ ପୁଣି ୨ ସ୍ତରୀୟ ସୁରକ୍ଷା ବଳୟ । ଯାହାକୁ ଅତି ଆରାମରେ ଫାଙ୍କି ଦେଉଛନ୍ତି ଅପରାଧୀ । ଜେଲକୁ ହଲି ଡେ’ ହାଉସ ଭାବୁଛନ୍ତି । ଭିତରେ ଅପରାଧୀମାନେ ସଜା କମ ବରଂ ମଜା ଅଧିକ ନେଉଛନ୍ତି ।
ବିଗତ ଦିନରେ କମିଶନରେଟ ପୁଲିସ ହିଁ ଏହାର ଲେଖାଯୋଖା ପ୍ରମାଣ ଦେଇଛି । ଅଚାନକ ଚଢ଼ାଉ କରି ନିଶାଦ୍ରବ୍ୟଠୁ ନେଇ ଗଦା ଗଦା ମୋବାଇଲ ଜବତ କରିଛି । ଯାହା ପ୍ରମାଣ କରୁଛି ଭିତରେ ଅପରାଧୀମାନେ ବିଲକୁଲ ଅଏସ କରୁଛନ୍ତି । ତେବେ ପ୍ରଶ୍ନ ଏତେ ସୁରକ୍ଷା ବ୍ୟବସ୍ଥାକୁ ଅପପରାଧୀମାନେ ଭେଦ କରୁଛନ୍ତି କେମିତି? ଏହା ପଛରେ ଜେଲର କୌଣସି କର୍ମଚାରୀଙ୍କ ହାତ ରହୁନି ତ?
ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏନେଇ ଅନୁସନ୍ଧାନ ଆରମ୍ଭ କରିଥିଲା ଏଟିଆର ନ୍ୟୁଜ ଟିମ । ଦିନ ତମାମ ଜେଲର ଆଖପାଖ ଖେଦିଥିଲା । ଶେଷରେ ଗେଟ ମୁହଁରେ ମଧ୍ୟ ଆମେ ଡେରା ପକାଇଥିଲୁ । ଏତିକି ବେଳେ ଯେଉଁ କଥା ଆମେ ଜାଣିବାକୁ ପାଇଲୁ ତାହା ହୁଏତ ଆପଣ ବିଶ୍ୱାସ କରି ନପାରନ୍ତି । ଆଳୁଚପରେ ପୂରା ଖେଳ ଚାଲିଛି । ସେ ଗଂଜେଇ ହେଉ କି’ ଅଫିମ କିମ୍ବା ସିମକାର୍ଡ । ସବୁ କିଛି ଆଳୁଚପ ଭିତରେ ପଶି ଜେଲ ଭିତରକୁ ଯାଉଛି । ନିୟମ କହୁଛି କୌଣସି ବାହାର ଜିନିଷ ଭିତରକୁ ଯିବା କଥା ନୁହେଁ । ଯଦିବା ଯାଏ ତାହାର ଟିକିନିଖି ଯାଁଚ ହେବା କଥା ।
ହେଲେ ଝାରପଡା ଜେଲରେ ତାହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ହାତରେ ୧୦ ଟଙ୍କା ଗେଞ୍ଜିଲେ ସାଇଡ ଦେଉଛନ୍ତି ଦରୱାନ । ଏ କଥା ନୁହେଁ ଯେ, ବିଭାଗୀୟ ଅଧିକାରୀ ଏନେଇ କିଛି ଜାଣିନାହାନ୍ତି ବରଂ ସବୁ ମିଲିଭଗତରେ ଚାଲିଥିବା ଅଭିଯୋଗ ହୋଇଛି । ଖାସ ଏଥିପାଇଁ ଜେଲ ଭିତରୁୁ ଅପରାଧୀମାନେ ସେମାନଙ୍କ ନେଟୱାର୍କ ଚଳାଇପାରୁଛନ୍ତି । ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ତେବେ ଏ ସମ୍ପର୍କରେ ଆମେ ଜେଲ କର୍ତୃପକ୍ଷଙ୍କ ପ୍ରତିକ୍ରୀୟା ନେବାକୁ ଚାହିଁଥିଲୁ । କିନ୍ତୁ ତାହା ସମ୍ଭବ ହୋଇନଥିଲା ।
Aruna panda
ପ୍ରକୁତରେ ଏହି ଭଳି ତଥ୍ୟ ସଂଗ୍ରହ କରାଯାଇଛି। ତାହାହେଲେ ଜେଲର ଏବଂ କର୍ତ୍ତୃପକ୍ଷ ବିପକ୍ଷରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆବଶ୍ଯକ। ନଚେତ କ୍ରିମିନାଲକଂ ଆଇନ୍ ପ୍ରତି ଭୟ ରହିବ ନାହିଁ। ବଂରମ କ୍ରାଇମ ଅଧିକ ହବ ଜେଲ ଭିତରେ ବିଳାସ ପୂର୍ଣ୍ଣ ଜିବନ ଛାଡି ବାହାରେ କଷ୍ଟ କରି ଚାଲିବାକୁ କେହି ପସନ୍ଦ ନ କରି କ୍ରାଇମ କରି ଜେଲ ଭିତରେ ରହିବାକୁ ଗୁଣ୍ଡପ୍ରବର୍ତ୍ତିର ବ୍ୟକ୍ତି ଚାହିଁବେ।