ମାଲକାନାଗିରି,(ଏଟିଆର ବ୍ୟୁରୋ): ମାଲକାନାଗିରି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଗୋଟିଏ ପଟେ ନକ୍ସଲମାନେ ସହିଦ ସପ୍ତାହ ପାଳନ କରୁଥିବା ବେଳେ ୨ଜଣ ନକ୍ସଲ କ୍ୟାଡର ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ମୁକେଶ ଓ ରତ୍ନା । ଉଭୟ ମିଲିଟାରୀ ପ୍ଲାଟୁନରେ କାମ କରୁଥିବା ଜଣାପଡିଛି । ତେବେ ଏମାନଙ୍କୁ ଧରିବା ଲାଗି ଢ଼େରଦିନ ହେବ ପୁଲିସ ଯୋଜନା ଚଳାଇ ଆସୁଥିଲା । ହେଲେ ସବୁଥର ନାକାମ ରହୁଥିଲା ପୁଲିସ ।
ଖାସ ଏଥିପାଇଁ ଉଭୟଙ୍କ ନାଁରେ ପୁଲିସ ମଧ୍ୟ ପୁରସ୍କାର ରାଶି ଘୋଷଣା କରିଥିଲା । ଉଭୟ ପାଖାପାଖି ୪୦ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ । ମୁକେଶ ନାଁରେ ୪ଲକ୍ଷ ଓ ରତ୍ନା ନାଁରେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପୁଲିସ ଘୋଷଣା କରିଥିଲା । ସେପଟେ ଉଭୟଙ୍କ ଆତ୍ମସମର୍ପଣ ପରେ ନକ୍ସଲ ସାମ୍ରାଜ୍ୟ ଧୀରେ ଧୀରେ ଭୁଷୁଡୁଥିବା ପୁଲିସ କହିଛି ।