ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଭାରତରେ ମହିଳା ଆଦୌ ସୁରକ୍ଷିତ ନୁହନ୍ତି । ପ୍ରତି ମୂହୁର୍ତ୍ତରେ ଏମାନଙ୍କ ଜୀବନ ପ୍ରତି ବିପଦ । ଏ କଥା ଆମେ ନୁହେଁ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯାହା ପୂରା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଥମ୍ପସନ ଫାଉଣ୍ଡେସନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା ।
ସବୁଠୁ ବଡ଼ କଥା ହେଉଛି ଏହି ସର୍ଭେରେ ଭାରତ ୧ନମ୍ବରରେ ରହିଛି । ଯୌନ ଶୋଷଣ ଓ ଜୋର ଜବରଦସ୍ତ କାମ କରାଇବା କ୍ଷେତ୍ରରେ ଭାରତକୁ ଏକ ନମ୍ବର ତାଲିକାରେ ରଖାଯାଇଛି । ସେହିପରି ଆଫଗାନିସ୍ତାନ ଦ୍ୱୀତିୟ ସ୍ଥାନରେ ରହିଛି । ତା’ ପଛକୁ ରହିଛି ସିରିଆ । ମୋଟ ୫୪୮ଜଣ ବିଶେଷଜ୍ଞଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସେମାନଙ୍କ କହିବା ଥିଲା ଏଭଳି ଅପରାଧକୁ କମାଇବାକୁ ବିଶେଷ ପଦକ୍ଷେପ ନିଆଯାଉନଥିବାରୁ ଏଭଳି ଘଟଣା କମିବା ବଦଳରେ ବଢିବାରେ ଲାଗୁଛି । ଯାହା ପୂରା ଦେଶକୁ ବଦଦାମ କରିବା ସହ ଆଗକୁ ବିପଦ ସୃଷ୍ଟି କରୁଛି ।