ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟ ସରକାର କଲେ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳି ହେଲେ ୧୬ ଜଣ ଓଏଏସ ଅଫିସର । ଏ ନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ । ତେବେ ଚର୍ଚ୍ଚାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବଦଳି । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ତ କୁମାର ଦାସଙ୍କ ବଦଳି ହୋଇଛି । ତାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେପଟେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ଅତିରିକ୍ତ ସଚିବ ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ସେହିପରି ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନର ଭାବେ ଘଟଗାଁର ପୁର୍ବତନ ତହସିଲଦାର ପ୍ରମୋଦ ପୃଷ୍ଟିଙ୍କୁ ଦାୟୀତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହାସହ କୋରାପୁଟର ଅତିରିକ୍ତ ଲ୍ୟାଣ୍ଡ କମିଶନର ଭାବେ କୋରାପୁଟ ଏଡିଏମ ସୁଜାତା ମିଶ୍ରଙ୍ଖୁ ଦାୟୀତ୍ୱ ଦିଆଯାଇଛି । ଅନ୍ୟପଟେ ସିଡିଆଇ ରବୀନ୍ଦ୍ରନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷର ଉପାଧ୍ୟକ୍ଷ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ତେବେ ମୋଟ ୧୬ ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର ।