ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଆ ଭାଷାକୁ ସମ୍ମାନ ଦେବାକୁ ଯାଇ ରାଜ୍ୟ ସରକାର ନେଲେ କଠୋର ନିଷ୍ପତି । ଏଣିକି ଓଡିଆରେ ଲେଖିବାକୁ ପଡିବ ନାମଫଳକ । ନ ଲେଖିଲେ ଦେବାକୁ ପଡିବ ଜୋରିମାନା ଅଥବା ସାଧାରଣ ଲୋକେ ଆଣିପାରିବେ ଅଭିଯୋଗ । ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଟାନ ମାନଙ୍କରେ ଓଡିଆ ନାମଫଳକ ଲାଗିବ । ଏହାଛଡା ସମସ୍ତ ସରକାରୀ ପ୍ରତିଷ୍ଟାନରେ ମଧ୍ୟ ଓଡିଆ ନାମଫଳକ ଲାଗିବା ବାଧ୍ୟତା ମୂଳକ କରାଯାଇଛି । ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟର ସମସ୍ତ ବ୍ୟବସାୟିକ ଓ ସରକାରୀ ପ୍ରତିଷ୍ଟାନ ରେ ଓଡିଆ ଫଳକ ଲଗାଇବାକୁ କଡା ତାଗିଦ ମଧ୍ୟ କରାଯାଇଛି । ସଚିବାଳୟରେ ବସିଥିବା ଉଚ୍ଚ ସ୍ଥରୀୟ ବୈଠକରେ ଉନ୍ନୟନ କମିଶନର ଆର.ବାଳକ୍ରିଷ୍ନନ୍ ଏପରି ନିଷ୍ପତି ନେଇଛନ୍ତି । ତେବେ ଶ୍ରମ ବିଭାଗକୁ ନିର୍ଦ୍ଧେଶ ଅନୁପାଳନ ପାଇଁ କୁହାଯାଇଛି । ଅନ୍ୟପଟେ ଓଡିଆ ନାମଫଳକ ନଥିବା ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଟାନ ବିରୋଧରେ ସାଧାରଣ ଲୋକେ ଅଭିଯୋଗ ମଧ୍ୟ କରିପାରିବେ ।