ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜିଲ୍ଲାର ଦୁଇଟି ବ୍ଲକ ପାଇଁ ବ୍ୟୟ ରାଶି ଘୋଷଣା କରିଛନ୍ତି ।
ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଅନୁଷ୍ଠିତ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୨୨୮ଟି ପ୍ରକଳ୍ପ ପାଇଁ ୬.୫୦ କୋଟି ବ୍ୟୟ ମଞ୍ଜୁର କରିଥିବାବେଳେ କାମାକ୍ଷାନଗର ଭୁବନ ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ୨୪୦ଟି ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ମଞ୍ଜୁରୀ କରିଥିବା ସୂଚନା ମିଳିଛି ।