ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେରଳରେ ସମସ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଭୟଙ୍କର ରୂପ ନେଉଛି ବନ୍ୟା । ଯେଉଁଥିରେ ହଜାର ହଜାର ଲୋକ ଏବେ ସୁଦ୍ଧା ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନ ପଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ ସହଯୋଗର ହାତ ମଧ୍ୟ ବଢ଼ାଇଛି ଓଡିଶା ପ୍ରଶାସନ । ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ଲାଗି ୨୪୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ କେରଳ ପଠାଯାଇଛି ।
ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅଗ୍ନିଶମ କର୍ମଚାରୀମାନେ କେରଳ ଯାଇଛନ୍ତି । ୭୫ଟି ବୋଟ ଓ କିଛି ଜରୁରୀ ଉପକରଣ ସେମାନେ ସାଙ୍ଗରେ ନେଇଥିବା ଜଣାପଡିଛି । ତେବେ ଏନେଇ ଅଗ୍ନିଶମ ଡିଜି କହିଛନ୍ତି ଯେ, ଏହା ଏକ ନିହାତି ଗର୍ବର କଥା । ପୂର୍ବରୁ ମଧ୍ୟ ହୁଡୁହୁଡୁ ସମୟରେ ଓଡିଶା ଅଗ୍ନିଶମ ବିଭାର ଆନ୍ଧ୍ରକୁ ସହଯୋଗ କରି ବେଶ ପ୍ରଶଂସା ସାଉଁଟିଥିଲା ।
ଏବେ ବନ୍ୟା ପ୍ରପୀଡିତ କେରଳ ଯାଇ ଆଉ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓଡିଶା ଅଗ୍ନିଶମ ବିଭାଗ । ସୂଚନାଯୋଗ୍ୟ, କେରଳ ବନ୍ୟାରେ ୩୨୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି ।