ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚୁଡାନ୍ତ ନିଷ୍ପତି ନିଆଯାଇଛି ।
ଏଣିକି ଆଉ ସରକାରୀ କର୍ମଚାରୀମାନଙ୍କ ପାଇଁ ନୂଆ ଗାଡି କିଣା ଯାଇପାରିବନାହିଁ । ପୂର୍ବରୁ ଯେଉଁ ସବୁ ସରକାରୀ ଗାଡି ଅଛି ସେସବୁ ବ୍ୟବହୃତ ହେବ ଏବଂ କେବଳ ନିୟୋଯିତ ଗାଡି ଗୁଡିକ ଦ୍ୱାରା ସରକାରୀ କାର୍ଯ୍ୟ କରାଯିବ ।
ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି ଏହି ଘୋଷଣା କରିବା ସହିତ ନୂଆ ଗାଡି କିଣାଯିବା ଉପରେ ସମ୍ପୁର୍ଣ୍ଣ ରୋକ୍ ଲଗାଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବର୍ଷ ରାଜ୍ୟକୁ କମ ଅନୁଦାନ ମିଳିଥିବାରୁ ବର୍ତ୍ତମାନ ରାଜ୍ୟର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନୁହେଁ ଏବଂ ପ୍ରତିବର୍ଷ ସରକାରୀ କର୍ମଚାରୀମାନଙ୍କ ପାଇଁ ନୂଆ ଯାନ ବା ଗାଡି କିଣିବା ଦ୍ୱାରା ଅଯଥାରେ ରାଜସ୍ୱ ନଷ୍ଟ ହେଉଥିବା ଦର୍ଶାଇ ଏଭଳି ନିଷ୍ପତି ନିଆଯାଇଛି ।
କେବଳ ହାଇକୋର୍ଟର ଜର୍ଜମାନଙ୍କ ପାଇଁ ରାଜ୍ୟର ସିକ୍ୟୁରିଟିି ପାଇଁ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ଗାଡି କିଣାଯାଇପାରିବ ।