ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମୋଦି ଶୁଣାଇଲେ ‘ମନ୍ କି ବାତ୍’ । ୪୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ନିଜ ମନର କଥା ସମଗ୍ର ଦେଶ ବାସୀଙ୍କୁ ଶୁଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ପୁଣି ଥରେ ଦେଶରେ ଏକକ ନିର୍ବାଚନ କରାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ପୁରା ଦେଶରେ ଏକାସଂଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଦୀର୍ଘ ଦିନ ହେବ କହିଆସୁଛନ୍ତି । ଖାଲି ସେତିକି ନୁର୍ହେ ଦେଶରେ ଏକକ ନିର୍ବାଚନ ହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ମୋଦି କହିଛନ୍ତି । ଏହାସହ ଦେଶରେ ଏକକ ନିର୍ବାଚନ ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନ ପୁରା ହୋଇପାରିବା ସହ ଏହା ତାଙ୍କ ପ୍ରତି ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୋଦି କହିଛନ୍ତି ।
ସେପଟେ ଦେଶରେ ଏକାସାଙ୍ଗରେ ନିର୍ବାଚନ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମୁଖ୍ୟତଃ ଆଇନ ଅନୁସାରେ ଏକକ ନିର୍ବାଚନ ପ୍ରକିୟା ରେ ବାଧା ଥିବାରୁ ଏବଂ ବୈଷୟିକ ଦୃଷ୍ଟିରୁ ଆବଶ୍ୟକ ସାମଗ୍ରୀ ନଥିବାରୁ ଏକକ ନିର୍ବାଚନ କରିବା ଅସମ୍ଭବ ବୋଲି ଶ୍ରୀ ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ କହିଥିଲେ । ଖାଲି ସେତିକି ନୁହେଁ ଏକକ ନିର୍ବାଚନ କରିବାକୁ ହେଲେ ସମ୍ବିଧାନରେ ସଂଶୋଧନ ଜରୁରୀ ବୋଲି ସେ କହିଛନ୍ତି ।
ଦେଶରେ ଏକକ ନିର୍ବାଚନ ହେଲେ ଏକାସଙ୍ଗେ ୨୪ ଲକ୍ଷ ଇଭିଏମ ଓ ଭିଭିପିଏଟି ଆବଶ୍ୟକ କରୁଥିବା ବେଳେ ସେସବୁ ନିର୍ବାଚନ ଆୟୋଗ ପାଖରେ ଉପଲବ୍ଧ ନାହିଁ । ଯାହାଦ୍ୱାରା ଏକାସାଙ୍ଗେ ନିର୍ବାଚନ କରିବା ଅସମ୍ଭବ ବୋଲି କହିଛନ୍ତି ନିର୍ବାଚନ କମିଶନର । ତେବେ ପୁର୍ବରୁ ପଧାନମନ୍ତ୍ରୀ ଦେଶରେ ଏକକ ନିର୍ବାଚନ କରିବା ପାଇଁ ମନ ବଳାଇଥିଲେ । ଏକକ ନିର୍ବାଚନ କରାଇବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଡାକରା ମଧ୍ୟ ଦେଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଏକକ ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି । କିନ୍ତୁ ଗତକାଲି ନରେନ୍ଦ୍ର ମୋଦି ନିଜ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପୁଣି ଦେଶରେ ଏକକ ନିର୍ବାଚନ କରାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ।
JUST IN
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 23 Mar 2024
-
ହୀରାକୁଦରେ ବ୍ୟାପୁଛି ଡାଇରିଆ | 23 Mar 2024
-
ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ, ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢେଇ | 23 Mar 2024
-
ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର୍ ସ୍ୱାଗତ | 22 Mar 2024
-
ରାଜ୍ୟରେ ବଢିବ ତାତି | 22 Mar 2024
-
ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା | 14 Mar 2024
-
ରାଜ୍ୟରେ ନୂତନ ୨୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ | 13 Mar 2024
-
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି | 12 Mar 2024
-
ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି | 12 Mar 2024
-
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ବୃଦ୍ଧି ହେଲା ଆଶାକର୍ମୀଙ୍କ ଦରମା | 07 Mar 2024
-
ଜାଣନ୍ତୁ କେତେ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର | 07 Mar 2024
-
ଆସନ୍ତାକାଲି ଜାଗର,ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ | 07 Mar 2024