ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦିନ ଥିଲା ସେଇ ଗଣମାଧ୍ୟମ ପୁଲିସ ଲାଗି ଲଢ଼େଇ କରୁଥିଲା । ଚିତ୍କାର କରି ରାଜରାସ୍ତାରେ ଠିଆ ହେଉଥିଲା । କିନ୍ତୁ ଆଜି ଅଚାନକ ବଦଳିଗଲା । ପରିବର୍ତ୍ତନର ଦ୍ୱାହି ଦେଇ ନିଜେ ପରିବର୍ତ୍ତନ ହୋଇଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଏ କଥା ଆମେ ନୁହେଁ ବରଂ ଲୋକେ କହୁଛନ୍ତି । ଆଇନସୃଙ୍ଖଳା ପରିସ୍ଥିତି ଅଣାୟତ ହେଉଥିବା ବେଳେ ତାକୁ ଲାଇନକୁ ଆଣିବା କ’ଣ ପୁଲିସର ଭୁଲ? ଯଦି ଠିକ ତେବେ କାହିଁକି ଏକ ପ୍ରମୁଖ ଗଣମାଧ୍ୟମ ଜଣେ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ କରିଛି? ଏହା ପଛରେ କିଛି ନ୍ୟସ୍ତ ସ୍ୱାର୍ଥ ନାହିଁ ତ? ରେକର୍ଡ କହୁଛି ଏହି ଗଣମାଧ୍ୟମ ସଂସ୍ଥାର ମାଲିକ କିଛିଦିନ ହେବ ଶାସକ ଦଳରେ ପାଦ ଥାପିଛନ୍ତି । ଖାସ ଏଥିପାଇଁ ନିଜର ପାରିବାପଣିଆ ଦେଖାଉଛନ୍ତିି । କିଛିଦିନ ତଳେ ଏହି ଗଣମାଧ୍ୟମ ପ୍ରତିନିଧି ଦୁର୍ଘଟଣାର ଶିକାର ହେଲେ । କିନ୍ତୁ ସଂସ୍ଥାର ମାଲିକ ମୁଣ୍ଡ ଖେଳାଇବେ କ’ଣ ବରଂ ରାଜନୀତିରେ ମାତିଲେ । ଠିକ ଏହି ସମୟରେ ଏହି ପୁଲିସ ବାବୁ ସହଯୋଗର ହାତ ବଢ଼ାଇଥିଲେ ।
ଏ ସମ୍ପର୍କରେ ଏଟିଆର ନ୍ୟୁଜ ଖବର ପ୍ରକାଶ କରିବା ପରେ ସଫେଇ ଦେଇଥିଲେ ସଂସ୍ଥାର ମୁଖ୍ୟ । ନିଜର ସାଧୁବାଦ ଜଣାଇଥିଲେ । ଏଠି ପ୍ରଶ୍ନ ଏତେଦିନ କାହିଁକି ଚୁପ ରହିଥିଲେ ସଂସ୍ଥାର ମାଲିକ । ଜଣେ ପୁଲିସ କର୍ମଚାରୀ ସହଯୋଗ କରିବା ପରେ ମାଲିକଙ୍କର କାହିଁକି ପୋଡିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ନିଜ ସ୍ୱାର୍ଥରେ ମାତିଛି ସଂସ୍ଥା ।
ତେବେ ଏଟିଆର ସର୍ଭେ ରିପୋର୍ଟ କହୁଛି, ସବୁ ସୀମା ଟପିଥିଲେ ଆନ୍ଦୋଳନକାରୀ ଶିକ୍ଷକ । କାର୍ଯ୍ୟାଳୟରେ ତାଲା ପକାଇ ନିଜର ଉତ୍ପାତ ରଚିଥିଲେ । ଯାହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଯାଇଥିଲେ ମଧ୍ୟ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ତେଣୁ ବାଧ୍ୟ ହୋଇ ପୁଲିସ ସେମାନଙ୍କୁ ଘଉଡାଇଥିଲା । ଯାହାର କ୍ୟାମେରା ଫୁଟେଜକୁ ଅତି ରଞ୍ଜିତ କରି ପ୍ରମୁଖ ଗଣମାଧ୍ୟମ ଲୋକଙ୍କ ସାମ୍ନାକୁ ଆଣୁଛି । ଠିକ ଯେପରି ୧୦ବର୍ଷ ତଳର ଆଇଏଏସଙ୍କ ଷ୍ଟୋରୀ ପରି । ଏ କଥା ଏକଦମ ମିଛ ବୋଲି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଆଉ ଏକ ଗଣମାଧ୍ୟମ ପୂରା ଘଟଣାର ପର୍ଦ୍ଦାଫାସ କରିଥିଲା । ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି ନିଜ ସ୍ୱାର୍ଥ ଲାଗି ବିକ୍ରି ହୋଇଯାଇଛି ପ୍ରମୁଖ ଗଣମାଧ୍ୟମ ।