ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ବିବାଦରେ ଅଭିନେତା ପପୁ ପମପମ । ଫ୍ରେଣ୍ଡଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତାଙ୍କୁ ସିଧାସଳଖ ଧମକ ଦେଇଛନ୍ତି ପପୁ । ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପପୁଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଆଇନଜୀବୀ ବବିତା କର । ପ୍ରଥମେ ସେ ଘଟଣା ସମ୍ପର୍କରେ ୧୦୦କୁ ଫୋନ ଯୋଗେ ଓ ପରେ ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ବବିତା ।
ଏକ ନାବାଳିକାକୁ ଅସଦାଚରଣ କରିବା ନେଇ ପପୁଙ୍କୁ କାଠ ଗଡାରେ ଛିଡା କରାଇଥିଲା ଫ୍ରେଣ୍ଡଫାଉଣ୍ଡେସନ ଟ୍ରଷ୍ଟ । ଏହି ରାଗରେ ପପୁ ଓ ତାଙ୍କର ସହଯୋଗୀମାନେ ଢ଼େରଦିନ ହେବ ଗାଳିମନ୍ଦ କରିବା ସହ ଧମକ ଦେଇ ଆସୁଥିଲେ । ତେବେ ଗତକାଲି ଏହା ଅସହ୍ୟ ହୋଇଥିଲା । କଟକର ହୋଟେଲ ଦୟାଲରେ ଫ୍ରେଣ୍ଡଫାଉଣ୍ଡେସନ ଟ୍ରଷ୍ଟର ସେକ୍ରେଟାରୀ ତଥା ଆଇନଜୀବୀ ବବିତା କର ଖାଉଥିବା ବେଳେ ଅଭିନେତା ପପୁ ପମମପମ, ଗିଟୁ ଓ ତାଙ୍କର ୩ସହଯୋଗୀ ସେଠାରେ ପହଁଚି ଗାଳିମନ୍ଦ କରିବା ସହ ଧମକ ଦେଇଥିବା ବବିତା ଜଣାଇଛନ୍ତି । ହାଇକୋର୍ଟରୁ ବେଲରେ ଆସିଥିବା ପପୁଙ୍କ ବେଲ ରଦ୍ଧ ପାଇ ବବିତା ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିଥିବା ଜଣାପଡିଛି । ସେପଟେ ଏ ସମ୍ପର୍କରେ ପପୁଙ୍କ ପ୍ରତିକ୍ରୀୟା ମଳିପାରିନାହିଁ ।