ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଣିକି ଓମଫେଡ ଜରି ଆଉ ପ୍ଲାଷ୍ଟିକ ବୋତଲ ରୁ ମିଳିବ ଟଙ୍କା । ରାଜ୍ୟ ସରକାର ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ଏଜେଣ୍ଟଙ୍କ ମାଧ୍ୟମରେ ଏସବୁ ଜରି ଓ ବୋତଲ ସଂଗ୍ରହ କରାଯିବ ।
ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏହି ସୂଚନା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟରେ ପ୍ଲାଷ୍ଟିକ ନିଷେଧ ନେଇ ସଚିବାଳୟରେ ବସିଥିବା ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର ୧୫ ଭିତରେ ପ୍ଲାଷ୍ଟିକ ନିଷେଧ ନିୟମ ଆସିବ । ଆସିବାର ୨ସପ୍ତାହ ମଧ୍ୟରେ ଏହାକୁ କିଭଳି କାର୍ଯ୍ୟକାରୀ କରିହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।