ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ହେଲେ ଆଡ୍ଡା ଜମାଉଥିଲେ । ଗଞ୍ଜେଇ, ମଦ ଅଫିମରେ ପୂରା ଏରିଆ ଧୂଆଁମୟ କରୁଥିଲେ । ଯାହା ଉପରେ ରୋକ ଲଗାଇବାକୁ ଯାଇ ଏବେ ଜଣେ ଏସଆଇ ଅଡୁଆରେ ପଡିଛନ୍ତି । କେତେକ ସାମ୍ବାଦିକ ନିଜ ସ୍ୱାର୍ଥରେ ବାଧା ଉପୁଜିଥିବା ଅନୁଭବ କରି ସମ୍ପୃକ୍ତ ଏସଆଇଙ୍କୁ ବଦନାମ କରିବାକୁ ପୂରା ବଳ କଷିଛନ୍ତି । ଏମିତି ସେମିତି ନୁହେଁ ଉପରିସ୍ଥ ଅଧିକାରୀଙ୍କ ପାଖରେ ସମ୍ପୃକ୍ତ ଏସଆଇଙ୍କ ବିରୋଧରେ ଚୁଗୁଲି କରିବାକୁ ପଛାଇନାହାନ୍ତି ।
ଏସଆଇଙ୍କ ଭୁଲ ଏତିକି ଯେ, ବିଳମ୍ବିତ ରାତିରେ ହୋଟେଲ ଭିତରେ ଚାଲିଥିବା ଅବକାରୀ କାରବାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହା କେତେକ ସାମ୍ବାଦିକଙ୍କୁ ଭାରି ବାଧିଛି । ଏଟିଆର ସର୍ଭେ ରିପୋର୍ଟ କହୁଛି, ବସ ଡିପୋ ପାଖରେ ଥିବା ଏହି ହୋଟେଲରେ ହରଦମ କେତେକ ସାମ୍ବାଦିକ ଆଡ୍ଡା ଜମାନ୍ତି । ହୋଟେଲ ମାଲିକଙ୍କଠୁ ଭରପୁର ଫାଇଦା ଉଠାଇ ରାତି ଅଧରେ ମଦ ଗଞ୍ଜେଇ ଏପରିକି ଅଫିମର ଧୂଆଁ ଉଡାନ୍ତି । ଯାହାକୁ ନେଇ ଅନେକ ସମୟରେ ସାଧାରଣ ଲୋକଙ୍କ ଅଭିଯୋଗ ଉଠେ । ତେବେ ଏହି ମୁଷ୍ଟିମେୟ ସାମ୍ବାଦିକମାନେ ନିଜର ପାରିବାପଣିଆ ଦେଖାଇ ବହୁ ସମୟରେ କଥାକୁ ଚପାଇ ରଖନ୍ତି ।
ତେବେ ଶୁକ୍ରବାର ରାତିରେ ଜଣେ ଏସଆଇ ସେହି ହୋଟେଲରେ ପହଁଚିବା ବେଳକୁ ହୋଟେଲର କେତେକ କର୍ମଚାରୀ ମଦ ବାର ଖୋଲି ଯାତ୍ରା ଚଳାଇଥିଲେ । ପ୍ରାଥମିକ ସ୍ତରରେ ସମ୍ପୃକ୍ତ ଏସଆଇ ତୁରନ୍ତ ଦୋକାନ ବନ୍ଦ କରିବାକୁ କହି ପଳାଇଥିଲେ । ହେଲେ ଏସଆଇଙ୍କ କଥାକୁ ଫୁ କରିଦେଇଥିଲେ ହୋଟେଲ କର୍ମଚାରୀ । ଦ୍ୱୀତିୟ ଥର ଲାଗି ଯେତେବେଳେ ଏସଆଇ ପହଁଚି ବାରଣ କରିଥିଲେ ସେତେବେଳେ ହୋଟେଲ କର୍ମଚାରୀମାନେ ସାମ୍ବିଦିକଙ୍କ ହାୱାରେ ନିଜର ତାକତ ଦେଖାଇଥିଲେ ଏସଆଇଙ୍କୁ । ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ବର୍ଦ୍ଦି ଉପରେ ଜଣେ ଏସଆଇଙ୍କୁ ଖୁଲମଖୁଲ୍ଲା ଧମକକୁ ସହଜରେ ଗ୍ରହଣ କରିପାରିନଥିଲେ ଏସଆଇ । ୨ଜଣ ହୋଟେଲ କର୍ମଚାରୀଙ୍କୁ ଉଠାଇ ଆଣିଥିଲେ ଥାନାକୁ । ଯାହା କେତେକ ସାମ୍ବାଦିକଙ୍କ ଦେହରେ ଯାଇନି ।
ଖାସ ଏଥିପାଇଁ ତ’ ସମ୍ପୃକ୍ତ ଏସଆଇଙ୍କୁ ଟାର୍ଗେଟ କରି ଏବେ ଅନେକ କଥା ଆଲୋଚନା କରଯାଉଛି । ତେବେ ଏଟିଆର ଅନୁସନ୍ଧାନରୁ ଜଣାପଡିଛି ହୋଟେଲ କର୍ମଚାରୀ ଏକ ପ୍ରମୁଖ ଗଣମାଧ୍ୟମର କ୍ରାଇମ ରିପୋର୍ଟର ନାଁ କହି ଏସଆଇଙ୍କୁ ଧମକାଇଥିଲେ । କେବଳ ସେ ଜଣେ ନୁହନ୍ତି, ସାହୁ, ଦାସ ନାମକ ସାମ୍ବିଦିକ ତାଙ୍କ ପାଖରେ ହରଦମ ଛିଡା ହେବେ ବୋଲି ଖୋଲାଖୋଲି ଭାବେ ଏଟିଆର ଟିମକୁ ମଧ୍ୟ ହୋଟେଳ କର୍ମଚାରୀମାନେ ଚ୍ୟାଲେଞ୍ଜ କରିଥିଲେ । ଏଠି ପ୍ରଶ୍ନ କାହିଁକି କେତେକ ସାମ୍ବାଦିକଙ୍କ ହାୱାରେ ଡେଉଁଛନ୍ତି ଏହି ହୋଟେଲ କର୍ମଚାରୀ? ମାସିକିଆ କିଛି ବଟି ନେଉଛନ୍ତି କି ଏମାନେ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ସାମ୍ବାଦିକମାନେ ନିଜ କର୍ତବ୍ୟ ଅପେକ୍ଷା ଦଲାଲଗିରି ଅଧିକ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ।