ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କେବେ ଭାଇରାଲ ଭିଡିଓର ସତ ଖୋଜି ସେ ପରିଚିତ ତ’ ପୁଣି କେତେବେଳେ ଜିଗୋଲୋ ସହ ଏକ୍ସକ୍ଲ୍ୟୁସିଭ ଇଂଟରଭ୍ୟୁ ନେଇ ସେ ବେଶ ଲୋକପ୍ରିୟ । ସେ ହେଉଛନ୍ତି ଟିଭି ମିଡିଆର ଚିହ୍ନାମୁହଁ କ୍ରାଇମ ରିପୋର୍ଟର ସୌଭାଗ୍ୟ ପରିଡା । ଖୁବ କମଦିନରେ ସେ ହାସଲ କରିଛନ୍ତି ଅନେକ ସଫଳତା । ଆଉ ଢ଼େର ଉପଲବ୍ଧି । କ୍ରାଇମ ଜଗତର ଟିକନିକ ଖବରକୁ ଲୋକଙ୍କ ପାଖରେ ପହଁଚାଇ ଅତି କମ ଦିନରେ ସଫଳତା ହାସଲ କରିଥିବା ଯୁବ ରିପୋର୍ଟରଙ୍କ ମଧ୍ୟରେ ଛାପା ଗଣମାଧ୍ୟମରେ ଅନ୍ୟତମ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ତାପସ ଦାସ ।
ଗଣମାଧ୍ୟମରେ କାମ କରୁଥିବା ବହୁ ପ୍ରତିନିଧୀଙ୍କୁ ଆଜି ଏଫବିଏନଏସ ପକ୍ଷରୁ ସମ୍ମାନିତ କରାଯାଇଛି । ଜୟଦେବଭବନରେ ଆୟାଜିତ ‘ଆଗେଇଲେ ଓଡିଆ ଆଗେଇବ ଓଡିଶା’ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ରିପୋର୍ଟର ଏବଂ କେତେକ ସମାଜସେବୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ପପୁଲାର ରିପୋର୍ଟର ଭାବେ କିଶନ ବରାଇ, ମୌସୁମି ମହାନ୍ତି, ମନୋରଞ୍ଜନ ମହାନ୍ତି, ସରୋଜ ଦାସ, ମୁକେଶ ପରିଡ଼ା ରହିଥିଲେ । ସେହିଭଳି ଲୋକପ୍ରିୟ ମୁଖପାତ୍ର ଭାବେ ତେଜେଶ୍ୱର ପରିଡା, ବ୍ୟଙ୍ଗକବି ଡଃ କୁଳାଙ୍ଗାର ପ୍ରମୁଖ ପୁରସ୍କୃତ ହୋଇଥିଲେ । ସୂଚନାଯୋଗ୍ୟ, ବେଷ୍ଟ ରିପୋର୍ଟର ଚୟନ ପ୍ରକୀୟା ଅନଲାଇନ ମାଧ୍ୟମରେ କରାଯାଇଥିଲା । ଯେଉଁଥିରେ ଲୋକେ ଚୟନ କରିଥିଲେ ସେମାନଙ୍କ ପସନ୍ଦର ବ୍ୟକ୍ତିତ୍ୱଙ୍କୁ । ଏହି ଉତ୍ସବରେ ଅତିଥି ଭାବେ ଦାମଦର ରାଉତ, ନିରଞ୍ଜନ ପଟ୍ଟନାୟକ, ବିଶ୍ୱଭୁଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।