ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦୁର୍ଘଟଣାର ଶିକାର ପରେ ଏବେ ମେଡିକାଲରେ ପଡିଛନ୍ତି କନକ ଟିଭି ରିପୋର୍ଟର ସତ୍ୟଜିତ ଶେଣ । ଅବସ୍ଥା ଗୁରୁତର ରହିଛି । ଏପରିସ୍ଥଳେ ତାଙ୍କ ଆଶୁଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଯୁବ ସାମ୍ବାଦିକଙ୍କ ପକ୍ଷରୁ ଏକ ସମୂହ ଦୀପଦାନ କରାଯାଇଛି ।
ରାମ ମନ୍ଦିରରେ ସାମ୍ବାଦିକମାନେ ଦୀପ ଜାଳି ସତ୍ୟଜିତ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ୬ଦିନ ତଳେ ପଟ୍ଟାମୁଣ୍ଡାରୁ ଫେରୁଥିବା ବେଳେ ସତ୍ୟଜିତ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ଦୁଇଟି ଗୋଡ ଭାଙ୍ଗିଯାଇଥିବା ବେଳେ ଏବେ ସେ ଆଇସିୟୁରେ ଭର୍ତି ହୋଇଛନ୍ତି ।