ନିଉ ଦିଲ୍ଲୀ ( ଏଟିଆର ବ୍ୟୁରୋ) ; ୮୬ ତମ ବାୟୁସେନା ଦିବସ ଆନୁକୁଲ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।
ରାଷ୍ଟ୍ରପତି ତାଙ୍କ ଟୁଇଟର ପେଜରେ ସେ ବାୟୁସେନାର ଯବାନ ଏବଂ ସେମାନଙ୍କର ପରିବାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେ ଆମ ବାୟୁସେନା ପାଇଁ ଗର୍ବିତ ବୋଲି ଲେଖିଛନ୍ତି ।
ସେହିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ଯବାନ ଏବଂ ସେମାଙ୍କ୍ ପରିବାର ବର୍ଗର ଲୋକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବାସହ କୃତଞତା ଞାପନ କରିଛନ୍ତି । ଏହାସହ ସେ ନିଜ ଟୁଇଟର ପୃଷ୍ଠାରେ ଲେଖିଛନ୍ତି ଯେ ଆକାଶ ମାର୍ଗର ସୁରକ୍ଷା ସହ ପ୍ରାକୃତିକ ବିପର୍ଯୟ ସମୟରେ ବାୟୁସେନା ଯେଭଳି ଭାବେ ବିରତ୍ୱର ସହ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ । ଏହାସହ ଭାରତୀୟ ବାୟୁସେନାର ଏକ ଜେଟ ଭିଡିଓ ମଧ୍ୟ ନିଜ ଟୁଇଟର ପୃଷ୍ଠାରେ ଅପଲୋଡ କରିଛନ୍ତି ସେ ।
ଭାରିତୀୟ ବାୟୁସେନାର ଯବାନ ମାନଙ୍କ ବିରତ୍ୱ ଏବଂ ସାହସ ଆମ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କଂଗ୍ରେସ ସଭାପତି ରାହୁଳ ଗାନ୍ଧି କହିଛନ୍ତି ।
ସୁଚନାଯୋଗ୍ୟ ଯେ ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଏହି ଦିନକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଏହି ଦିବସକୁ ପାଳନ କରାଯାଏ । ତେବେ ଉତରପ୍ରଦେଶର ହିନ୍ଦୋନ ବାୟୁସେନା କାର୍ଯ୍ୟାଳୟରେ ଆଜି ବାୟୁସେନାର ଏକ ଏୟାର ଫୋର୍ସ ପ୍ରଦର୍ଶନୀ ହେବାର କାର୍ଯକ୍ରମ ରହିଛି ।