ଚଣ୍ଡିଗଡ଼,(ଏଟିଆର ବ୍ୟୁରୋ): ହରିୟାଣାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଥରକ କୌଣସି ମହିଳା କି’ ନାବାଳିକା ନୁହେଁ ବରଂ ଗଣ ଦୁଷ୍କର୍ମର ଶିକାର ହୋଇଛି ଏକ ଗର୍ଭବତୀ ଛେଳି । ହୁଏତ କଥାଟା ଆପଣଙ୍କ ବିଶ୍ୱାସ ହୋଇନପାରେ । କିନ୍ତୁ ୮ଜଣ ଲୋକ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ତେବେ ଘଟଣା ପରେ ଛେଳିଟିର ମୃତ୍ୟୁ ହୋଇଯାଇଛି ।
ଏନେଇ ଛେଳି ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସମସ୍ତ ଅଭିଯୁକ୍ତ ଏଯାବତ୍ ଫେରାର ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ସେପଟେ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଲୋକଙ୍କ ମାନସିକତା ଏବେ କେଉଁ ଆଡକୁ ଗତୀ କରୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ରିପୋର୍ଟ ଅନୁସାରେ, ଗତ ୨୫ ତାରିଖ ଘଟଣା । ଅସୁଲ ନାମକ ଜଣେ ବ୍ୟକ୍ତିଙ୍କର ଏକ ଗର୍ଭବତୀ ଛେଳି ରହିଥିଲା ।
ତେବେ ସବକାର, ହରୁଣଙ୍କ ସହ ଆଉ ୬ଜଣ ଲୋକ ସେହିଦିନ ସନ୍ଧ୍ୟାରେ ଛେଳିକୁ ଦୁଷ୍କର୍ମ କରିଥିବା ଅସୁଲ ଅଭିଯୋଗରେ ଦର୍ଶାଇଛନ୍ତି । ଛେଳିର ମେଡିକାଲ ଯାଞ୍ଚ କରାଯାଇଛି । ରିପୋର୍ଟ ଆସିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ଏନେଇ ଅସୁଲଙ୍କ କହିବାନୁସାରେ, ଛେଳିକୁ ସେମାନେ ଏକ ପୁରୁଣା ଘରକୁ ନେଇଯାଇଥିଲେ । ଦୁଷ୍କର୍ମ କରିଥିବା ଜଣେ ବ୍ୟକ୍ତି ମାନସିକ ରୋଗୀ ।