ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖାକିର ହୃଦୟ ନାହିଁ । ଏହି କଥାକୁ ପୁଣି ଥରେ ଆଜି ଭୁଲ ପ୍ରମାଣିତ କରିଛନ୍ତି ଜଣେ ହାବିଲଦାର । ତାଙ୍କ ନାଁ ରାଜୀବ କୁମାର ସେନାପତି । ରିର୍ଜଭରେ ହାବିଲଦାର ଥିବା ରାଜୀବ ଡ୍ୟୁଟିରେ ରହି ମଧ୍ୟ ଆଜି ଜଣେ ରୋଗୀଙ୍କୁ ରକ୍ତଦାନ କରି ସେ ତାଙ୍କ ମାନବିକତାର ପରିଚୟ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଏବେ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ଏହି ଘଟଣା ଘଟିଛି ରାଜଧାନୀରେ ।
ଥାଲେସେମିୟା ରୋଗରେ ଆକ୍ରାନ୍ତ ହୋଇ ଏକ ଛୋଟିଆ ପିଲା କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଥିଲା । ତେବେ ଅଚାନକ ଓ’ ନେଗେଟିଭ ବ୍ଲଡ ଯୋଗାଡ କରିବାକୁ ଡାକ୍ତର କହିଥିଲେ । ପିଲାର ସମ୍ପର୍କୀୟମମାନେ ବ୍ଲଡ କେଉଁଠୁ ଆଣିବେ ତାଙ୍କ ମୁଣ୍ଡ ଚକ୍କର ଖାଇଗଲା । ଠିକ ଏହି ସମୟରେ ଆଗକୁ ଆସିଥିଲେ ହାବିଲଦାର ରାଜୀବ । ଡ୍ୟୁଟିରେ ରହି ରକ୍ତଦାନ କରିଥିଲେ । ରାଜୀବଙ୍କ ଏଭଳି ମନୋଭାବକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି ।