ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିବାଦରେ ମୋହନ ଭାଗବତଙ୍କ ବୟାନ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ପୁଣି ଏକ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି । ଆମେରିକାର ଚିକାଗୋରେ ଚାଲିଥିବା ବିଶ୍ୱ କଂଗ୍ରେସ ସଭାରେ ଯୋଗ ଦେଇଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେଠାରେ ଚାଲିଥିବା ସଭାକୁ ସମ୍ଭୋଧନ କରି କିଛି ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ,ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବହୁ ସମାଲୋଚନାର ଶିକାର ହୋଇଛନ୍ତି ଶ୍ରୀ ଭାଗବତ ।
ସୁଚନାଯୋଗ୍ୟ ଯେ , ବିଶ୍ୱ ହିନ୍ଦୁ କଂଗ୍ରେସ ସଭାରେ ମୋହନ ଭାଗବତ ‘କୁକୁର ଏବଂ ସିଂହ’ ମନ୍ତବ୍ୟକୁ ନେଇ ରାଜନୀତି ବେଶ ଗରମ ହୋଇଛି । ଏହି ମନ୍ତବ୍ୟକୁ ନେଇ ମୋହନ ଭାଗବତଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡିଛି । AIMIM ମୁଖ୍ୟ ଅସଦୁଦ୍ଦିନ ୱେଏସି ମୋହନ ଭାଗବତଙ୍କୁ କଡା ସମାଲୋଚନା କରି କହିଛନ୍ତି , ଭାରତୀୟ ସମ୍ବିଧାନରେ ସମସ୍ତେ ସମାନ , ଆଉ ସମସ୍ତେ ମଣିଷ । ଆରଏସଏସ କେବେ ବି ସମ୍ବିଧାନକୁ ମାନିନାହିଁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନିଜେ ଶକ୍ତିଶାଳୀ ଓ ବାକି ସମସ୍ତେ ଦୁର୍ବଳ ବୋଲି ସେ ଭାବିଥାଏ । ନିଜେ ନିଜକୁ ସିଂହ ଓ ଅନ୍ୟ ମାନଙ୍କୁ କୁକୁର ବୋଲି ମଧ୍ୟ ଆରଏସଏସ ମନେକରିଥାଏ । ସେହିପରି ସମାନ ଢଙ୍ଗରେ ଭାରତୀୟ ବହୁଜନ ମହାଜନ ସଂଘର ନେତା ପ୍ରକାଶ ଆମ୍ବେଦକର ମଧ୍ୟ ଏହି ବୟାନ କୁ ନେଇ ମୋହନ ଭାଗବତଙ୍କୁ କଡା ସମାଲୋଚନା କରିଛନ୍ତି । ମୋହନ ଭାଗବତ ଦେଇଥିବା ବୟାନକୁ ଟିକେ ବଦଳାଇ ‘ସଂଘ ଏବଂ କକୁର’ ବୋଲି କହିଛନ୍ତି AIMIM ପ୍ରମୁଖ ଅସଦୁଦ୍ଦିନ୍ ୱେଏସି ଏବଂ ଭାରତୀୟ ବହୁଜନ ମହାଜନ ସଂଘର ନେତା ପ୍ରକାଶ ଆମ୍ବେଦକର ।
ସୁଚନା ଅନୁସାରେ , ଶୁକ୍ରବାର ଆମେରିକାର ଚିକାଗୋରେ ଚାଲିଥିବା ବିଶ୍ୱ କଂଗ୍ରେସ ସଭାରେ ଯୋଗ ଦେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କିଛି ଏପରି ମନ୍ତବ୍ୟ ରଖିଥିଲେ ଯେ , ଗୋଟିଏ ସିଂହ ଏକୁଟିଆ ଥିବା ବେଳେ ଗୋଟିଏ ଜଙ୍ଗଲୀ କୁକୁର ମଧ୍ୟ ତାକୁ ଆକ୍ରମଣ କରି ମାରି ଦେଇପାରେ । ହିନ୍ଦୁମାନେ କେବେ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଆଶାୟୀ ନୁହନ୍ତି । ଖାଲି ସେଟିକି ନୁହେଁ ପ୍ରଭୁତ୍ୱ କିମ୍ବା ସାମ୍ରାଜ୍ୟ ବିସ୍ତାରର ଲାଳସା ଆରଏସଏସ ପାଖରେ ନଥିବା ଭାଗବତ କହିଥିଲେ । ଏହାସହ ବିଶ୍ୱକୁ ସର୍ବ ଶ୍ରେଷ୍ଠ କରି ଗଢି ତୋଳିବା ଆରଏସଏସର ଲକ୍ଷ୍ୟ ବୋଲି ସେ କହିଥିଲେ ।