ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ସବୁବେଳେ ତାର ସଂସ୍କୃତି ଓ ପରମ୍ପରାକୁ ନେଇ ଆଗରେ । ସେହିଭଳି ସଂସ୍କୃତିରେ ଭରା ପଶ୍ଚିମ ଓଡିଶା ସମ୍ବଲପୁରା ତାର ଭାଷା ଓ ସଂସ୍କୃତିକୁ ନେଇ ସେ ପରିଚିତ । ଓଡିଶାର ପଞ୍ଚମ ବୃହତମ ସହର ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ଏହା ଦ୍ୱିତୀୟ ବଡ ସହର । ଏହା ଭାରତର ଏକ ସର୍ବ ପୁରାତ୍ତନ ଓ ଐତିହାସିକ ସହର । ସମ୍ବଲପୁରୀ ଶାଢିର ଓ ହସ୍ତତନ୍ତର ଘର ହେଉଛି ସମ୍ବଲପୁର । ହୀରାକୁଦ ଡ୍ୟାମ ଠାରୁ ଆରମ୍ଭ କରି, ଘଣ୍ଟେଶ୍ୱରୀ ମନ୍ଦିର,ହୁମା ମନ୍ଦିର, ଚିପିଲିମା ପ୍ରୋଜେକ୍ଟ ଓ ବୁର୍ଲା ମେଡିକାଲ କଲେଜ ସବୁଠାରେ ଭରପୁର ସୁନ୍ଦରତା ।
ଆଜି ହେଉଛି ସମ୍ବଲପୁରୀ ଦିବସ । ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ । ମା’ ସମଲେଇଙ୍କୁ ସୁମରୀ ଆଜି କେବଳ ପଶ୍ଚିମ ଓଡିଶା ନୁହେଁ ସାରା ଓଡିଶାବ ଭାଇ ଭଉଣୀମାନେ ପରସ୍ପର ପାଇଁ ଶୁଭ କାମନା କରି ଥାଆନ୍ତି । ମା’ ସମଲେଇଙ୍କ ପାଖରେ ବିଭିନ୍ନ ପ୍ରାକାର ଭୋଗ,ଫଳ , ପୁଷ୍ପ ଓ ପିଠା ଲାଗି ହୋଇଥାଏ । ସମ୍ବଲପୁରୀଆ ଭାଇ ଭଉଣୀମାନେ ନୂଆ ପୋଷାକ ପିନ୍ଧିଥାଆନ୍ତି ଓ ଏହା ସହିତ ଘରେ ଘରେ ପିଠା ପଣା ହୋଇଥାଏ । ଲୋକମାନେ ବିଭିନ୍ନ ପ୍ରକାର ବାଦ ଯନ୍ତ୍ର ବ୍ୟବହାର କରି ସମସ୍ତେ ମିଳି ମିଶି ନୃତ୍ୟ କରି ଥାଆନ୍ତି । ଖାସ କରି ଲୋର ପ୍ରସିଦ୍ଧ ସମ୍ବଲପରୀ ଗୀତ ଡାଲ ଖାଇରେ ଓ ରଙ୍ଗବତୀ ଗୀତରେ ନୃତ୍ୟ କରିଥାଆନ୍ତି । ଏହା ସହିତ ସମ୍ବଲପୁରୀ ଭାଇଭଉଣାନେ ପାରମ୍ପରିକ ରିତିନିତି ଭାବେ ପରସ୍ପରକୁ ଖାଦ୍ୟ ଖୁଆଇବା ସହିତ , ପରିବାର ଗୁରୁଜନଙ୍କ ଆଶିର୍ବାଦ ନେଇଥାଆନ୍ତି । ଶେଷରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିବା ଓଡିଶାର ବୀର ପୁତ୍ର ବୀର ସୁରେନ୍ଦ୍ର ସାଏ, ଜୟନ୍ତ ସିଂଙ୍କ ଭଳି ଓଡିଶାର ସମସ୍ତ ବିରପୁତ୍ରଙ୍କୁ ମନେ ପକାଇବା ସହ ନିଜ ସମ୍ପ୍ରଦାୟ ପାଇଁ ଶୁଭ ମନାସୀ ଥାଆନ୍ତି ।
ସମ୍ବଲପୁର ସହର ପଶ୍ଚିମ ଓଡିଶାର ସୌନ୍ଦର୍ଯ୍ୟ ବଢାଇବା ସହିତ ସାରା ଓଡିଶାର ସୁନ୍ଦରତାକୁ ବଢାଉଛି । ଏହା ସହିତ ଲୋକସଂସ୍କୁତି ଓ କଳାର ବିକାଶ କ୍ଷେତ୍ରରେ ଖୁବ୍ ଆଗରେ ସମ୍ବଲପୁର ।