(ରିପୋର୍ଟ: ସୀତାଞ୍ଜଳି ଜେନା)
ପ୍ରତେକ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଅସରପା । ମୁଖ୍ୟତଃ ରୋଷେଇ ଘର, ଶୋଇବା ଘର ଏବଂ ପାଠପଢା ସ୍ଥାନରେ ଏହି କୀଟପତଙ୍ଗ ଦେଖିବାକୁ ମିଳେ । ରୋଷେଇ ଘରେ ଅସରପା ଖାଦ୍ୟରେ ମୁହଁ ମାରିବା ସହିତ ବହିପତ୍ର ମଧ୍ୟ କାଟି ଦେଇଥାନ୍ତି ।
ଆମ୍ଭେମାନେ ସମସ୍ତେ ଜାଣିଛେ ଯେ ଖାଦ୍ୟରେ ଅସରପା ମୁହଁ ମାରିବା ଦ୍ୱାରା ଅନେକ ପ୍ରକାରର ରୋଗ ହୋଇଥାଏ । ସେଥିପାଇଁ ବଜାରରେ ଉପଲବ୍ଧ ଥିବା ଅସରପା ମରା ଔଷଧ ଘରେ ସ୍ପ୍ରେ କରିଥାଉ । ମାତ୍ର ଏହି ଔଷଧରେ ରାସାୟନିକ ମାତ୍ରା ଅଧିକ ରହିଥିବାରୁ ଏହା ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।
ଆମେ ଆପଣମାନଙ୍କୁ ଅସରପା ଦୂର କରିବାର ଏଭଳି ଏକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଅସରପା ଦୂର ହେବା ସହିତ କୌଣସି ରୋଗ ପାଖ ମାଡିବ ନାହିଁ । ତେବେ ଆସନ୍ତୁ ଜାଣିବା କଣ ରହିଛି ଉପାୟ….
ତେଜପତ୍ର: ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ତେଜପତ୍ରକୁ ବ୍ୟବହାର କରାଯାଇଥାଏ । ଆପଣମାନେ ଜାଣିଛନ୍ତି କି ଏହି ପତ୍ର ଅସରପା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।
– ଆଜ୍ଞା ହଁ, ତେଜପତ୍ରକୁ ଗୁଣ୍ଡ କରି ଘରର ଚାରି କୋଣରେ ପକାଇ ଦିଅନ୍ତୁ । ଏହାର ବାସ୍ନାରେ ଘରେ ଲୁଚି ରହିଥିବା ସମସ୍ତ ଅସରପା ଘରୁ ବାହାରକୁ ପଳାଇବେ ।
– ଯଦି ଆପଣଙ୍କ ଘରେ ଅତ୍ୟଧିକ ଅସରପା ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ତେଜପତ୍ରକୁ ଏକ ପାତ୍ରରେ ରଖି ପୋଡି ଦିଅନ୍ତୁ । ଏହାଦ୍ୱାରା ଅସରପା ଦୂର ହେବେ ।
– ଏହା ବ୍ୟତୀତ ଏକ କପ ସୋଢାରେ କିଛି ଚିନି ମିଶ୍ରଣ କରି ଘରର ଚତୁଃପାଶ୍ୱର୍ରେ ଛିଞ୍ଚି ଦିଅନ୍ତୁ । ଏହାକୁ ଖାଇ ଅସରପା ମରିଯିବେ ।