ସମ୍ବଲପୁର,(ଏଟିଆର ବ୍ୟୁରୋ) : ଢ଼େରଦିନ ହେବ ଲୁଚାଛପାରେ ଚାଲୁଥିବା ଏକ ସେକ୍ସ ର୍ୟାକେଟର ପର୍ଦ୍ଦାଫାସ କରିଛି ଅଇଁଠା ଥାନା ପୁଲିସ । ଅଚାନକ ଚଢ଼ାଉ କରି ୫ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୭ଜଣଙ୍କୁ ଗିରଫ କରିଛି ।
ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଏକ ଭଡ଼ାଘର ନେଇ କେତେକ ଦଲାଲ ଏହି କାରବାର କରି ଆସୁଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ଘଟଣାର ଖୋଳତାଡ ଆରମ୍ଭ କରିଥିଲା ପୁଲିସ । ପ୍ରମାଣ ମିଳିବା ପରେ ଅଚାନକ ଭଡ଼ାଘର ଉପରେ ପୁଲିସ ଛାପା ମାରିଥିଲା । ତେବେ ଏହି ର୍ୟାକେଟ ଚେର କେତେବାଟ ଲମ୍ବିଛି ସେନେଇ ଅଧିକ ଖୋଳତାଡ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।