ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ମିଳିବ ସ୍ମାର୍ଟ ଫୋନ । ପ୍ରତି ଜିଲ୍ଲାରେ ୨ହଜାର ଚାଷୀଙ୍କୁ ଫୋନ ଦେବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଏଥିପାଇଁ ପାଖାପାଖି ୩କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡିଛି । ତେବେ ପୂର୍ବରୁ ଚାଷୀଙ୍କୁ ମଧ୍ୟ ଫୋନ ଯୋଗାଇ ଦିଆଯାଇଥିଲା । ତେବେ ଏଥରକ କିନ୍ତୁ ଆଣ୍ଡ୍ରଏଡ ଫୋନ ଦିଆଯିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।