ଗଞ୍ଜାମ (ଏଟିଆର ବ୍ୟୁରୋ ) ; କାଳ ହେଲା ନଈକୁ ଗାଧେଇଯିବା । ଚାଲିଗଲା ମା ପୁଅଙ୍କ ଦୁଇଟି ନୀରିହ ଜୀବନ । ପୁଅକୁ ବଞ୍ଚାଇବାକୁ ଯାଇ ମା କଲେ ଉଦ୍ୟମ ହେଲେ ପାଇଲେନି ସଫଳତା । ପୁଅ ସହ ମା ବି ନଈରେ ବୁଡି ପ୍ରାଣ ହରାଇଲେ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପନାଡ ଗ୍ରାମରେ । ମୃତ ଦୁଇ ମା ପୁଅଙ୍କ ନାମ ସୁଷମା ମହାରଣା ଓ ସୁଧାଂଶୁ ମହାରଣା ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ଗ୍ରାମ ନିକଟରେ ଥିବା ଘୋଡାହାଡ ନଦୀକୁ ମା ପୁଅ ଗାଧେଇବାକୁ ଯାଇଥିଲେ । ତେବେ ଗାଧେଉଥିବା ସମୟରେ ସୁଧାଂଶୁ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ତାଙ୍କ ମା ସୁଧାଂଶୁଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପାଣିରେ ବୁଡିଯାଇଥିଲେ । ସେପଟେ ଅଗ୍ନିଶମ କର୍ମଚାରୀ ନଦୀରେ ବହୁ ଖୋଜାଖୋଜି ପରେ ସୁଷମା ଓ ସୁଧାଂଶୁଙ୍କୁ ଠାବ କରିଥିଲେ । ସେମାନଙ୍କୁ ଏଦ୍ଧାର କରାଯାଇ ସ୍ଥାନୀୟ ଦିଗପହଣ୍ଡି ସ୍ଥାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।