ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁର୍ବରୁ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ଏମିତି କିଛି ଜାଗା ଥିଲା ଯେଉଁଠି ଲୋକ ଖୋଲାରେ ମଳ ତ୍ୟାଗ କରୁଥିଲେ । କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଭାବେ ଘୋଷଣା ହୋଇଛି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରିଙ୍କ ସୁଚନା ଅନୁସାରେ ଆସନ୍ତା ଜାନୁୟାରୀ ୪ରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ ।
ଏଥିରେ ସାରା ଦେଶରୁ ୩୯୭୦ ଟି ସହର ଭାଗ ନେଉଛନ୍ତି । ଓଡ଼ିଶା ର ପ୍ରାୟ ସମସ୍ତ ବଡ ବଡ ସହର ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଆଜି ଆୟୋଜିତ ଏକ ଉତ୍ସବରେ ଭୁବନେଶ୍ୱରକୁ ସମ୍ପୁର୍ଣ୍ଣ ବାହ୍ୟ ମଳ ମୁକ୍ତ ସହର ବୋଲି ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ମର୍ତ୍ତମାନ ୧୫୯ଟି ସର୍ବସାଧାରଣ ସୌଚାଳୟ ଅଛି ଏବଂ ସେଥିରୁ ୧୪୪ଟି ଆଇଏସ ମାନର ରହିଛି । ତେବେ କାଲି ଠାରୁ ଦେଶ ବ୍ୟାପି ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ ହେବାକୁ ଯାଉଛି ।