ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅସହାୟ ରମଜାନକୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ । ତାହା ପୁଣି ବିଲକୁଲ ମାଗଣା । ଏହି ସୂଚନା ମିଳିଛି ସମ ହସିପିଟାଲ ପକ୍ଷରୁ । ପିପିଲି ଅଁଚଳର ରମଜାନକୁ ଅପହରଣ କରାଯାଇଥିଲା । ୪ଘଁଟା ଭିତରେ ଯଦିଓ ପୁଲିସ ରମଜାନକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା କିନ୍ତୁ ତା’ ଅବସ୍ଥା ଗୁରୁତର ରହିଥିଲା । ମୁଣ୍ଡରେ ଆଘାତ ଲାଗିବା ସହ ଚେତାଶୂନ୍ୟ ହୋଇପଡିଥିଲା ରମଜାନ ।
ତା ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖାଯାଇଥିବା ଜଣାପଡିଛି । ତାକୁ ଚିକିତ୍ସା ଲାଗି ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସା ପାଇଁ ଗୋଟିଏ ପଟେ ଅର୍ଥ ବାଧକ ସାଜିଥିବା ବେଳେ ଅଧିକ ଚିକିତ୍ସା ଲାଗି ତାକୁ ବଡ଼ ମେଡିକାଲକୁ ପଠାଇବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିବା ରମଜାନଙ୍କ ପକ୍ଷରେ ଚିକିତ୍ସା କରାଇବା ସମ୍ବଳ ନଥିବାରୁ ସେ ଏକଦମ ଭାଙ୍ଗି ପଡିଥିଲେ ।
ଏହି ସୂଚନା ମିଳିବା ପରେ ସମ କର୍ତୃପକ୍ଷ ସହଯୋଗର ହାତ ବଢ଼ାଇଛନ୍ତି । ପୂରାପୂରି ଭଲ ହେବା ଯାଏଁ ରମଜାନର ସବୁ ଚିକିତ୍ସା କର୍ତୃପକ୍ଷ ବହନ କରିବେ ବୋଲି ପ୍ରକାଶ କରିଛନ୍ତି । ସମ କର୍ତୃପକ୍ଷଙ୍କ ଏଭଳି ସହଯୋଗକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ରମଜାନର ଅବସ୍ଥା ଏବେ ବି ଗୁରୁତର ଥିବା ବେଳେ ସେ ଆଇସିୟୁରେ ଭର୍ତି ହୋଇଛି ।
Puspita
IMS and sum hospital have always been the helping hands for the needy , this is just one of the case which is been highlighted.
Puspita
IMS and sum hospital we’re always been the helping hands for the needy people , this is just one of the case which is been highlighted.