ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ପାହିଲେ ସୂର୍ଯ୍ୟପରାଗ । ଏହା ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ । ଯାହା ଆଂଶିକ ହେବ ବୋଲି ଜଣାପଡିଛି । ସମୟ ସୀମା ରହିଛି ୩ଘଣ୍ଟା ୨୮ ମିନିଟ ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୧୫ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହୋଇଥିଲା । ଏହାପରେ ଜୁଲାଇ ୧୩ରେ ମଧ୍ୟ ଦ୍ୱିତୀୟ ସୂର୍ଯ୍ୟପରାଗ ହୋଇଥିଲା । ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ, ଦିନ ଗୋଟାଏ ୩୨ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ । ସେହିପରି ଅନ୍ତରାଷ୍ଟ୍ରୀୟ ଟାଇମ ଅନୁସାରେ, ଏହା ୮ଟା ୨ମିନିଟରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ ବୋଲି ଜଣାପଡିଛି ।