ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଡିଆ ସମାଜ ତରଫରୁ ସମବେତ ଭାବେ କ୍ୱାଲାଲାମପୁର ଇଣ୍ଡିଆନ କଲଚର ସେଂଟର ପରିସରରେ ପାଳିତ ହୋଇଛି ଉତ୍କଳ ଦିବସ । ମାଲେସିଆର ଡେପ୍ୟୁଟି ହାଇ କମିଶନର ନିଖିଳେଶ ଗିରି ଏହାକୁ ଉଦଘାଟନ କରିଥିଲେ ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ପୁରା ହଲ କମ୍ପମାନ ହେବା ସହ କାର୍ଯ୍ୟର ସୁଭାରମ୍ଭ ହୋଇଥିଲା । ଟେମ୍ପୁଲ ଅଫ ଫାଇନାନ୍ସର ଦୁଇ ଜଣ ବାଳିକା ଏହି ଅବସରରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ବେଶ ଆକର୍ଶିତ କରିଥିଲା । ପରେ ପରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।
ଓଡିଆ ସମାଜ ଅଧ୍ୟକ୍ଷ ଦିପ୍ତୀ ରଜଂନ ନନ୍ଦ, ସହାଧ୍ୟକ୍ଷ ଅଶୋକ ଜେନା, ସମ୍ପାଦିକା ସ୍ନିଗ୍ଧା ମିଶ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଭାରତ ବାହାରେ ରହୁଥିଲେ ମଧ୍ୟ ଓଡିଶାର ଭାଷା, କଳା ଓ ସଂସ୍କୃତିର ବିକାଶ ପାଇଁ ସମସ୍ତ ପ୍ରବାସୀ ଓଡିଆମାନେ ଏକମତ ହୋଇଥିଲେ ।