ବାଲେଶ୍ୱର (ଏଟିଆର ବ୍ୟୁରୋ ) ; ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ରୋତ । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରଭାହିତ ହେଉଥିବା ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ମଥାନିଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୯ ଟା ସୁଦ୍ଧା ଏହା ୬.୦୨ କୁ ବୃଦ୍ଧି ପାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ସମ୍ଭାବ୍ୟ ବନ୍ୟାର ଆଶଙ୍କା ସୃଷ୍ଟି କରୁଛି । ସୂଚନା ଯୋଗ୍ୟ , ଯଦି ବସ୍ତାରେ ଥିବା ଜଳକା ନଦୀରେ ବନ୍ୟା ହୁଏ ତେବେ ବସ୍ତା ବ୍ଲକର ମଥାନି , ବାହାର୍ଦା,ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ଗଡ଼ପଦା ଓ ରାଉତପଡ଼ାର ଲୋକମାନେ ବହୁଳ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ଏହାଦ୍ୱାରା ସଦର ବ୍ଲକର ୩ ଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହେବେ ବୋଲି ଜଣାପଡିଛି । ସେପଟେ ଦେଖିବାକୁ ଗଲେ ବସ୍ତାରେ ଗତକାଲି ୩୨ ସେଣ୍ଟିମିଟର ବର୍ଷା ହୋଇଥିବାର ରେକର୍ଟ କରାଯାଇଛି । ଗତ ଦୁଇଦିନ ଧରି ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ହେବାରୁ ସ୍ଥାନୀୟ ଅଞ୍ଚଳରେ ସାମ୍ଭାବ୍ୟ ବନ୍ୟାର ଆଶଙ୍କା ବଢିବାରେ ଲାଗିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖିବାକୁ ମିଳିଛି ।
JUST IN
-
ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା | 20 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ଭବାନୀପାଟଣା ୩୫ ଡିଗ୍ରୀ | 20 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024