ଭୁବନେଶ୍ୱର/ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ସମସ୍ତେ କହନ୍ତି ପୁଲିସ ଖରାପ, ଖରାପ । ବେଳେ ବେଳେ କିନ୍ତୁ କାମ ଦିଏନି କାର୍ଯ୍ୟାନୁଷ୍ଠାନ । ବରଂ ଲୋଡାପଡେ ତାଗିଦ । ଭଦ୍ର ଲୋକଙ୍କ ଉପସ୍ଥିତିରେ କରାଯାଇଥିବା ତାଗିଦ ମଣିଷକୁ ବଦଳାଇ ଦେଇପାରେ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଇପିଏସ । ବାରମ୍ବାର ଏନକାଉଣ୍ଟର କରି ସମସ୍ତଙ୍କ ନଜରରେ ରହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ଆଇପିଏସ ଆଶିଷ ସିଂହ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପଦକ୍ଷେପ ଅପେକ୍ଷା ତାଗିଦରେ ବିଶ୍ୱାସ କରନ୍ତି ।
ଏଥରକ ସେ କାମରେ ବି କରିକି ଦେଖାଇଛନ୍ତି । ଗଲା କିଛିଦିନ ଧରି ଏଟିଆର ଅନୁସନ୍ଧାନରୁ ଆମେ ସାମ୍ନାକୁ ଆଣିଥିଲୁ ବ୍ରହ୍ମପୁର ବଡ଼ବଜାର ଆଇଆଇସିଙ୍କର କିଛି ଅଜବ କାରନାମା । ଯାହା ବର୍ଦ୍ଦି ଉପରେ ବାରମ୍ବାର ପ୍ରଶ୍ନ ଚିହ୍ନ ଲଗାଇଥିଲା, ସନ୍ଦେହ ବି ଉପୁଯାଇଥିଲା । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଡିଆଇଜି ଆଶିଷ ସିଂହ ଶେଷରେ ଏଥିରେ ହସ୍ତକ୍ଷେପ କରିଛନ୍ତି । ନିଜ ପୁରୁଣା ଷ୍ଟାଇଲରେ ଆଉ ନିଜ ଅନ୍ଦାଜରେ ଡିଆଇଜି ଏହି ସମସ୍ୟାର ସମାଧାନ କରିଦେଇଛନ୍ତି ଚୁଟକିରେ । ଯେଉଁଥିପାଇଁ ବର୍ଦ୍ଦି ଉପରୁ ଭରସା ତୁଟାଇ ଦେଇଥିବା ବ୍ରହ୍ମପୁରର ପବ୍ଲିକ ଏବେ କହୁଛନ୍ତି ପୁଲିସ ହେବ ତ’ ଆଶିଷ ସିଂହ ଭଳି । ମାନେ ସିଧା କହିବାକୁ ଗଲେ କେବଳ ଲୋକଙ୍କ ଭିତରୁ ନୁହେଁ ବରଂ ବ୍ରହ୍ମପୁର ପୁଲିସ ମହଲରେ ଆଶ୍ୱସ୍ଥି ଦେଖାଦେଇଛି । ସମସ୍ତଙ୍କ ମୁହଁରେ ଗାଟିଏ କଥା ‘ସାବାସ ଡିଆଇଜି’ ।
ପୂରା ଘଟଣାଟି ଏହିପରି । ଶନିବାର ଅପରାହ୍ଣରେ ଡିଆଇଜିଙ୍କ ନିର୍ଦ୍ଦେଶରେ ବସିଥିଲା ଏକ ସିକ୍ରେଟ ମିଟିଂ । ଯେଉଁଥିରେ ସାମିଲ ଥିଲେ ପୂରା ଜିଲ୍ଲାର ବରିଷ୍ଠ ଅଧିକାରୀ । ଏମାନଙ୍କ ଭିତରେ ଥିଲେ ଏଟିଆର ସ୍କାନରକୁ ଆସିଥିବା ତଥା ବିବାଦ ଘେରରେ ଥିବା ବଡ଼ବଜାର ଥାନା ଅଧିକାରୀ ସୁରେଶ ତ୍ରୀପାଠି । ବୈଠକ ଆରମ୍ଭରୁ ହିଁ ସବୁ ଅଫିସରଙ୍କ ସାମ୍ନାରେ ମିଷ୍ଟର ତ୍ରୀପାଠିଙ୍କୁ ତାଙ୍କ କାର୍ଯ୍ୟଧାରା ନେଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରାଯାଇଥିଲା । ସଫା ସଫା ଶୁଣାଇ ଦିଆଯାଇଥିଲା ବାସ ବହୁତ ହୋଇଗଲା । ଆଚରଣରେ ସୁଧାର ଆଣ ନହେଲେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବ୍ରହ୍ମପୁର ପୁଲିସର ଆଉ ଇଚ୍ଛା ନାହିଁ ଆଉ ଏତେ ବଦନାମ ମୁଣ୍ଡାଇବା ଲାଗି । ଥାନା ଅଧିକାରୀ ଏତିକିରୁ ହିଁ ବୁଝିସାରିଥିଲେ ତାଙ୍କ କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ମେଲାଇ ଚାଲିଥିବା ଏଟିଆରର ପ୍ରଭାବ ପଡିଛି ଡିଆଇଜିଙ୍କ ଉପରେ । ମାନେ ଏ ସବୁ ହେଉଛି ଏଟିଆରର ସାଇଡ ଇଫେକ୍ଟ । ଗାଲୁ ପେଲିବାକୁ ଆଉ ବାଟ ନଥିଲା । ତେଣୁ ନିଜ ଭୁଲ ସ୍ୱୀକାର କରି ନିଜ ଆଚରଣରେ ସୁଧାର ଆଣିବାକୁ ସମସ୍ତଙ୍କ ସାମ୍ନାରେ କଥା ଦେଇଛନ୍ତି ମିଷ୍ଟର ତ୍ରୀପାଠି । ଭରସା ଦେଇଛନ୍ତି ଆଉ ଏଭଳି ଭୁଲ ହେବ ନାହିଁ । ଖାକିର ସମ୍ମାନ ରଖିବେ ଓ ଲୋକଙ୍କ ପାଇଁ କାମ କରିବେ । ଏଭଳି ଷ୍ଟାଇଲ କେବଳ ଆଶିଷ ସିଂହ ହିଁ ଦେଖେଇ ପାରନ୍ତି । ଏକଥା ଆମେ କହୁନୁ ଏ କଥା କହୁଛନ୍ତି ବ୍ରହ୍ମପୁରର ସେଇ ଲୋକ, ଯିଏ ଗଲା କିଛିଦିନ ଧରି ଆଶିଷ ସିଂହକୁ ଏସପି ରୂପରେ ଦେଖିଥିଲେ । ଏବେ ତ ଲୋକେ କହୁଛନ୍ତି ସାର ସିନା ପ୍ରମୋସନ ନେଇଛନ୍ତି କିନ୍ତୁ ଷ୍ଟାଇଲ କାଲି ଯେମିତି ଥିଲା ଆଜି ବି ସେମିତି ରହିଛି । ତଳିଆ କର୍ମଚାରୀଙ୍କ ଉପରେ ସବୁବେଳେ କାର୍ଯ୍ୟାନୁଷ୍ଠାନ ନେବା ଅପେକ୍ଷା ତାଙ୍କୁ ବୁଝେଇ ସୁଝେଇ ଆଚରଣରେ ପରିବର୍ତ୍ତନ ଆଣି ପାରିଲେ ତାହା ଉଭୟ ପୁଲିସ ବିଭାଗ ଓ ପବ୍ଲିକ ପାଇଁ ଶୁଭଙ୍କର ହୋଇଥାଏ । ବାହାର ଅଳିଆ ସଫା କରିବାରେ ବ୍ୟସ୍ତ ରହୁଥିବା ଓଡିଶା ପୁଲିସ ଭିତରେ ହିଁ ରହିଛି ବହୁ ଅଳିଆ । ଚୁଟିଆ ମୂଷା ଭଳି ଏମାନେ ଖୋଳ କରିବାରେ ଲାଗିଛନ୍ତି ପୁଲିସର ସେହି ସ୍ୱଚ୍ଛ ଭାବମୂର୍ତ୍ତିକୁ । ତେବେ ଆଶିଷ ସିଂହଙ୍କ ଏଭଳି ପଦକ୍ଷେପକୁ ଯଦି ସମସ୍ତ ଅଧିକାରୀ ଫଲୋଅପ କରିବେ ତେବେ ଦିନ ଆସିବ ଯେଉଁ ସାଧାରଣ ଲୋକେ ପୁଲିସ ନାଁ ଶୁଣିଲେ ନାକ ଟେକୁଛନ୍ତି ଚୋର ଦଲାଲର ସାର୍ଟିଫିକେଟ ଦେଉଛନ୍ତି ସେମାନେ ପୁଲିସ ଉପରେ ପୁଣି ଭରସା ଜୁଟାଇ ପାରିବେ । ଯାହାକି ବର୍ତ୍ତମାନ ଓଡିଶା ପୁଲିସର ପ୍ରମୁଖ ଆଭିମୁଖ୍ୟ ।
ପୁଲିସ ଅଧିକାରୀଙ୍କୁ ନେଇ ହେଉଥିବା ପ୍ରତିଟି ବୈଠକରେ ଏହି ଗୋଟିଏ କଥାକୁ ଶୁଆ ଭଳି ବୁଝେଇ ଆସୁଛନ୍ତି ପୁଲିସ ଡିଜି ଡା, ରାଜେନ୍ଦ୍ର ପ୍ରଶାଦ ଶର୍ମା । ଆଉ ନିଜ ଉପରିସ୍ଥ ଅଧିକାରୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ଡିଆଇଜି ଆଜି ସାବାସିର ପାତ୍ର ହୋଇଛନ୍ତି । ଏବେ ଆମେ ତ’ କହିବୁ ଯେଉଁ ପୁଲିସ ଅଧିକାରୀଙ୍କ ପାଇଁ ବିଭାଗ ବଦନାମ ହେଉଛି, ଲୋକଙ୍କ ଭରସା ତୁଟିଯାଉଛି ସେଇଠୁ ଡିଆଇଜି ଆଶିଷ ସିଂହଙ୍କ ଏହି ଫଣ୍ଡା ନିହାତି କାର୍ଯ୍ୟକାରୀ ହେବା ଦରକାର । ଏମିତି ହେଲେ ହୁଏତ ଆଗାମୀ ଦିନରେ ଆଉ ଅଧିକାରୀ ବାଉଳା ହେବେନି, ବର୍ଦ୍ଦି ବେଇଜ୍ଜତ ହେବନି । ଆଉ ତା ପରେ ଲୋକେ କହିବାକୁ ବାଧ୍ୟ ହେବେ ‘ଓଡିଶା ପୁଲିସ ଜିନ୍ଦାବାଦ’ ।
ତେବେ ଏଠାରେ ସୂଚନା ଥାଉକି, ଏଟିଆରର ଏହି ଗୋଟିଏ ମିଶନ ନଥିଲା । ଯେବେ ଯେବେ ଆଇନ ବାଟବଣା ହେବ ଆଉ ବାଟ ହୁଡିବେ ଅଫିସର ସେବେ ସେବେ ପୁଣି ସ୍ୱର ଉଠାଇବ ଏଟିଆର । ସେଇଠୁ ଆରମ୍ଭ ହେବ ଆଉ ଏକ ନୂଆ ସଂଗ୍ରାମ । ଯାହାର ଅନ୍ତ ହେବନି ଭୟ, ଚାପ କି’ ପ୍ରଲୋଭନରେ । ତେବେ ଅପେକ୍ଷା କରନ୍ତୁ ଖୁବ ଶୀଘ୍ର ଆସୁଛୁ ନୂଆ ଏକ ସଂଗ୍ରାମ ସହିତ….. ରିପୋର୍ଟ: ପ୍ରଶାନ୍ତ କୁମାର ମିଶ୍ର / ନବୀନ ରାଜ ଆଚାରୀ
Ashutosh BISHI
Kichhi kichhi jagare sambadiko bhai mane lokonku bhoya dekhae dadagiri karuchanty se bisayare ATR news kichhi karibo ki
ATRNEWS BUREAU
sure…..just inform….atr always with u