ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦିଦି କମାଇଲେ ପେଟ୍ରୋଲ ଓ ଡିଜେଲ ରେଟ । ତୈଳଦର ଉପରେ ୧ ଟଙ୍କା ହ୍ରାସ କଲେ ମମତା ଦିଦି । ପ୍ରଥମେ ରାଜସ୍ଥାନ ,ପରେ ଆନ୍ଧ୍ର ଆଉ ଏବେ ପଶ୍ଚିମବଙ୍ଗ ସରକାର କମାଇଲେ ପେଟ୍ରୋଲ ଓ ଡିଜେଲ ଦର । ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧିକୁ ନେଇ ଜଳୁଛି ନିଆଁ । ତେଲ ଦର ବୃଦ୍ଧିକୁ ନେଇ ଜୋର ଧରିଛି ରାଜନୀତି । ଦେଶରେ ଧିରେ ଧିରେ ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧିକୁ ନେଇ ଜନ ଅସନ୍ତୋଷ ବଢୁଥିବା ବେଳେ କେତୋଟି ହାତ ଗଣତି ରାଜ୍ୟ ବୁଝିଛନ୍ତି ଜନତାଙ୍କ ଦୁଖ । ଲୋକଙ୍କ ପାଇଁ କମାଇଛନ୍ତି ପେଟ୍ରୋଲ ଓ ଡିଜେଲ ଦର ।
ଆଜି ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ୧ ଟଙ୍କା ହ୍ରାସ କରିଛନ୍ତି । ତେବେ ପୁର୍ବରୁ ରାଜସ୍ଥାନ ସରକାର ନିିଜ ଆଡୁ ପେଟ୍ରୋଲ ଓ ଡିଜେଲ ଦର ଉପରୁ ୨.୫୦ ଟଙ୍କା ହ୍ରାସ କରିଥିବା ବେଳେ ଏହାକୁ ଅନୁସରଣ କରିଛନ୍ତି ଦିଦି । ଖାଲି ରାଜସ୍ଥାନ କି ପଶ୍ଚିମବଙ୍ଗ ନୁହେଁ ଆନ୍ଧ୍ରପ୍ରଦେଶ ସରକାର ବି ପେଟ୍ରୋଲ ଓ ଡିଜେଲ ଦର କମାଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ବର୍ଦ୍ଧିତ ତୈଳ ଦର ଉପରେ ୨ ଟଙ୍କା କମାଇଛନ୍ତି । ତେଲ ଦର କମ କରିବା ଉପରେ ପଦକ୍ଷେପ ପ୍ରଥମେ ରାଜସ୍ଥାନ ଠାରୁ ଆରମ୍ଭ ହୋଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତୈଳଦର ଉପରୁ ୪ ପ୍ରତିଶତ ଭ୍ୟାଟ ହ୍ରାସ କରାଇଥିଲେ । ଏହା ଦେଖାଦେଖି ଆନ୍ଧ୍ରସରକାର ୨ ଟଙ୍କା ହ୍ରାସ କରିଥିଲେ । ତେବେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତେଲ ଦର ଉପରୁ ୧ ଟଙ୍କା ହ୍ରାସ କରିବାର ନିଷ୍ପତି ନେଇଛନ୍ତି ।
ତେବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉଥିବା ବେଳେ ଏବେ ଏନେଇ ଜୋର ଧରିଛି ରାଜନୀତି । ବିଶେଷ କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ଉପରୁ ମୁଲ୍ୟ ହ୍ରାସ କରିବେ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ । ଓଡିଶା ସରକାର କେବେ କମାଇବେ ପେଟ୍ରୋଲ ଓ ଡିଜେଲ ଦର ସେନେଇ ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ରାଜନୀତି ଏବେ ଗରମ ହୋଇପଡିଛି ।