ଅନୁଗୁଳ (ଏଟିଆର ବ୍ୟୁରୋ); ମହିଳାଙ୍କୁ ମାରିଛି କିଏ ? ସାତକୋଶିଆ ହାତୀବାରିରେ ମହିଳାଙ୍କ ମୃତ୍ୟୂ ଉପରୁ ଉଠିଛି ପରଦା । ଆସିଲା ପୋଷ୍ଟମର୍ଟମ ରୋପୋର୍ଟ । କୌଣସି ହିଂସ୍ରଜନ୍ତୁ ହିଁ ମହିଳାଙ୍କୁ ମାରିଥିବାର ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । ଏବେ ବାଘୁଣୀ ସୁନ୍ଦରୀ ଉପରେ ସମସ୍ତଙ୍କ ସନ୍ଦେହ ଘନିଭୂତ ହେଇଛି । ଅଭିଯୋଗ ଅନୁସାରେ ବାଘୁଣୀ ହିଁ ମହିଳାଙ୍କୁ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି । କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ।
ତେବେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ଉପରୁ ପରଦା ହଟିଛି । ସେପଟେ ପୁର୍ବରୁ ମହିଳାଙ୍କୁ ବାଘୁଣୀ ମାରିନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ । ମହିଳାଙ୍କ ମୃତ୍ୟୁ ପରେ ବାଘୁଣୀକୁ ସାତକୋଶିାଆ ଠାରୁ ଦୂରେଇ ନେବା ପାଇଁ ଗ୍ରାମବାସୀ ଦାବି କରିଥିଲେ । ସେପଟେ ବାଘୁଣୀକୁ ଏଠାରୁ ଫେରାଇନେବା ନିଷ୍ପତି ନିହାତି ଭାବେ ଅସମ୍ଭବ । ଏହାଛଡା ବାଘୁଣୀକୁ ନେଇ ଗ୍ରାମବାସୀଙ୍କର ଯେଉଁ ସମସ୍ୟା ରହିଛି ତାହା ଦୂର କରିବା ପାଇଁ ବିଶେଷଜ୍ଞ ଟିମ୍ କହିଛି । ବାଘୁଣୀ ବତ୍ତମାନ ଜନବସତି ଠାରୁ ବହୁ ଦୂରରେ ଅଛି ବୋଲି କହିଛନ୍ତି ବିଶେଷଜ୍ଞ ଦଳ ।