ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ବାବା ଅମରନାଥ ବରଫ ଲିଙ୍ଗ ଦର୍ଶନ ପାଇଁ ଜୁନ ୨୮ ତାରିଖରୁ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୨୨ ରେ ଶେଷ ହେବ ।ଚଳିତବର୍ଷ ୧ ତାରିଖଠାରୁ ଅମରନାଥ ଯାତ୍ରା କରିବା ପାଇଁ ପଂଜିକରଣ ଆରମ୍ଭ ହୋଇଯାଇଛି । ସମୁଦ୍ର ପତ୍ତନଠାରୁ ୩୮୮୦ ମିଟରର ଉଚ୍ଚରେ ଥିବା ଗୁମ୍ଫାକୁ ଯିବାପାଇଁ ଶ୍ରଦ୍ଧାଳୁମାନଙ୍କ ମନରେ ଆଗ୍ରହ ଦେଖିବା ପାଇଁ ମିଳିଥାଏ ।
ତେବେ ଚଳିତବର୍ଷ କରୋନା କଟକଣା ମାନି ଅମନରନାଥ ଯାତ୍ରା କରିବା ପାଇଁ ପଡିବ । ଅମରନାଥ ଏସଏସବି ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ନୀତୀଶ୍ୱର କହିଛନ୍ତି,ଉଭୟ ରାସ୍ତା ପାଇଁ ସାରା ଦେଶରେ ୪୪୬ ବ୍ୟାଙ୍କ ଖାତା ଜରିଆରେ ଏପ୍ରିଲ ୧ ତାରିଖଠାରୁ ଆରମ୍ଭ ହୋଇଛି ।
ଏଥିରେ ପଞ୍ଜାବ ନ୍ୟାନାଲ ବ୍ୟାଙ୍କ,ୟେସ ବ୍ୟାଙ୍କ, ଜମ୍ମୁକାଶ୍ମୀର ବ୍ୟାଙ୍କ କୁ ପଞ୍ଜିକରଣ ଲାଗି ବ୍ୟାଙ୍କର ଶାଖା ସମ୍ପର୍କରେ ୱେବସାଇଟରେ ଉପଲବ୍ଧ କରାଯାଇଛି । ୨୦୨୧ ମାର୍ଚ୍ଚ ୧୫ ତାରିଖ ପରେ ଜାରି ହୋଇଥିବା ପ୍ରମାଣପତ୍ର ବୈଧ୍ୟ ଭାବେ ଗ୍ରହଣ କରାଯିବ । ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଉଦ୍ଧ୍ୱର୍ ନାଗରିକମାନେ ଯାତା କରିାବ ନାହିଁ ।