ଅଲିଗଡ(ଏଟିଆର ବ୍ୟୁରୋ):ଉତ୍ତରପ୍ରଦେଶର ଅଲିଗଡରେ ଜଣେ ବ୍ୟକ୍ତି ନିର୍ମାଣ କରୁଛନ୍ତି ବିଶ୍ୱର ସବୁଠାରୁ ବୃହତ ତାଲା । ଏଠାରେ ତାଲା ନିର୍ମାଣ କାର୍ଯ୍ୟକୁ କୁଟୀର ଉଦ୍ୟୋଗ ଭାବେ ବିବେଚିନା କରାଯାଇଥାଏ । ଏଠାରେ ଜେଲରେ ବ୍ୟବହୃତ ହେଉଥିବା ତାଲାଠାରୁ ଆରମ୍ଭ କରି ଅତ୍ୟାଧୁନିକ ତାଲା ତିଆରି ହୋଇଥାଏ ।
ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଶର୍ମା ଏବଂ ତାଙ୍କର କିଛି ସମ୍ପକୀୟ ମିଶି ଏହି ତାଲା ନିର୍ମାଣ କରିଛନ୍ତି । ଯହାର ଓଜନ ରହିଛି ୩୦୦ କିଲୋଗ୍ରାମରୁ ଅଧିକ ଓଜନ । ଏହା ଦୁନିଆର ସବୁଠାରୁ ବଡ ତାଲା ବୋଲି କୁହାଯାଉଛି ।
ସତ୍ୟପ୍ରକାଶଙ୍କୁ ଏହି ତାଲା ତିଆରି କରିବା ପାଇଁ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ୬୦୦ କିଲୋଗ୍ରାମର ପିତ୍ତଳବ୍ୟବହୃତ ହୋଇଛି । ସତ୍ୟପ୍ରକାଶଙ୍କ ପୂର୍ବଜନ୍ମ ପ୍ରାୟ ୧୦୦ ବର୍ଷ ହେବ ଏହି ତାଲା ତିଆର କାର୍ଯ୍ୟ କରୁଛନ୍ତି ।ଏହି ତାଲାର ଉଚତା ୬ ଫୁଟ ରହିଥିବାବେଳେ ୨ଫୁଟ ଲମ୍ବା ଏବଂ ୨ଫୁଟ ସାଢେ ୯ଇଞ୍ଚରହିଛି । ଏଥିରେ ୧୦ ଟି ଲିଭର ରହିଛି ।