ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାଲେଶ୍ୱର ଓ ଭଦ୍ରକ ଯାଜପୁରରେ ଲଗତୋର ଭାବେ କରୋନା ପଜିଟିଭ ସଂଖ୍ୟା ବଢିବା ପରେ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଛି । ସବୁଠାରୁ ବଡ କଥା ହେଲା ପଜିଟିଜ ଚିହ୍ନଟ ହୋଇଥିବା ପ୍ରାୟ ଲୋକ ରହିଛନ୍ତି ପଶ୍ଚିମବଙ୍ଗ । ଏବେ ସାଧାରଣରେ କଥା ଉଠିଛି କି ରାଜ୍ୟସୀମା ସିଲ ହୋଇଥିବା ବେଳେ କେଉଁଭଳି ଭାବେ ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟକୁ ପଶି ପାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗତକାଲି ଏନେଇ ସ୍ପଷ୍ଟ କରିଥିଲେ ସୁବ୍ରତବାଗଚି ।
ସେ କହିଥିଲେ ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍ କରିବା ସମ୍ଭବପର ନଥିବାରୁ ରାଜ୍ୟ ସରକାର ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ବାହାର ରାଜ୍ୟରୁ ଆସିଥିବା ଥିବା ଲୋକମାନଙ୍କ ଉପରେ ନଜର ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ ୬୭୯୮ ଜଣ ସରପଞ୍ଚଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଅଲଗା ରାଜ୍ୟରୁ ଆସିଥିବା ଶ୍ରମିକଙ୍କୁ ଚିହ୍ନଟ ସମେତ କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚ ଙ୍କୁ ସହଯୋଗ ପାଇଁ ନିବଦେନ କରି ପାରନ୍ତି । ସୂଚନାଯୋଗ୍ୟ ଏଇ ଲକ ଡାଉନ ଭିତରେ ପଞ୍ଚିମବଙ୍ଗରୁ ପାଖାପାଖି ୨୮ ଶହରୁ ଅଧିକ ଲୋକ ସୀମାଡେଇଁ ପ୍ରବେଶ କରିଛନ୍ତି । ଯାହା ଏବେ ରାଜ୍ୟ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।