ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା କାଲିଠାରୁ ରାଜ୍ୟରେ ପୁଣି ଶୀତ ବଢିବ ବୋଲି ଅନୁମାନ କରାଯାଉଛି । ସୋମବାରଠାରୁ ଭଦ୍ରକ ,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଖୋର୍ଦ୍ଧା,କନ୍ଧମାଳ , ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ୩ ରୁ ୪ ଡିଗ୍ରୀ ରହିଥିବା ବେଳେ ଉପକୂଳ ଓଡିଶାରେ ୨ ରୁ ୩ ଡିଗ୍ରୀ ରହିବ । ଏହା ଫଳରେ ପାରଦ ତଳସସ୍ତର ହୋଇ ୧୨ ତାରିଖରୁ ପୁଣି ଶୀତ ବଢିବ ବୋଲି ପାଣିପାଗ ବିଭାଗ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାଜପୂର, ସୋନପୁର , ପୁରୀ, ମାଲକାନଗିରି, ଓ କୋରାପୁଟ ରେ କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୧୩ ତାରିଖ ସୁଦ୍ଧା ଭୂବନେଶ୍ୱରରେ ତାପମାତ୍ରା ୨ ଡିଗ୍ରୀ ,ରାଉରକେଲା ରେ ୩ ଡିଗ୍ରୀ , ଓ ବଲାଙ୍ଗୀରରେ ୪ ଡିଗ୍ରୀ ହେବା ସହ ଶୀତ ଅନୁଭୂତ ହେବ । ଏବଂ ୧୩ ରୁ ୧୫ ରେ ଉପକୂଳ ଓଡିଶାରେ ବିଶେଷ ଭାବେ କୁହୁଡି ଦେଖାଦେବ । ୧୭ ବେଳକୁ ତାପମାତ୍ରା ଅଧିକ କମିବ ।
ରବିବାର ଫୁଲବାଣୀ ଓ ଦାରିଙ୍ଗବାଡିର ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ୫ ଟି ଜିଲ୍ଲାର ତାପମାତ୍ରା ୧୫ ଡିଗ୍ରୀ ରହିଥିବାର ସୂଚନା ମିଳିଛି ।