ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଅନଲାଇନରେ କରିହେବ ଟ୍ରେଡ ଲାଇସେନ୍ସର ଆବେଦନ । ଆଉ ବ୍ୟବସାୟୀ ମାନଙ୍କୁ ଲାଇସେନ୍ସ ପାଇଁ ବାରମ୍ବାର ଦୈଡିବାକୁ ପଡିବନି ଭୁବନେଶ୍ୱର ମାହାନଗର ନିଗନ କାର୍ଯ୍ୟାଳୟକୁ । ବ୍ୟାବସୟୀ ମାନେ ଟ୍ରେଡ ଲାଇସେନ୍ସ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଏନେଇ ଗତକାଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପର୍ବରୁ ଏହି ଲାଇସେନ୍ସ କରିବାପାଇଁ ଅଫଲାଇନ ଆବେଦନ କରାଯାଉଥିଲା । ଯେଉଁଥିରେ ଅଧିକ ସମୟ ଲାଗୁଥିଲା । ବର୍ତ୍ତମାନ ଅନଲାଇନରେ ଆବେଦନ କରିଲେ ଅଧିକ ଟ୍ରେଡ ଲାଇସେନ୍ସ କରିହେବ । ଏହା ସହ ଯଦି ଏଥିରେ କୌଣସି ପ୍ରକାର ତ୍ରୁଟି ଆସେ ତେବେ ଏହାକୁ ଶୀଘ୍ର ସମାଧାନ କରାଯଇପାରିବ ।
ଗତ କିଛି ଦିନ ତଳେ ବିଏମସି ପକ୍ଷରୁ ଭୁବନେଶ୍ୱରଡଟମି ୱେବସାଇଟ କରାଯାଇଥିଲା । ଏହି ୱେବସାଇଟରେ ଭୁବନେଶ୍ୱର ବାସୀ ମାନେ ହୋଲ୍ଡିଂ ଟ୍ୟାକ୍ସ ଦେଇପାରିବାର ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଉକ୍ତ ୱେବସାଇଟରେ ଟ୍ରେଡ ଲାଇସେନ୍ସ ଆବେଦନ କରିବାକୁ ଫର୍ମ ଉପଲବ୍ଧ କରାଯାଇଛି । ବ୍ୟବସାୟୀଙ୍କ ପାଇଁ ଏହା କିପରି ସୁଗମ ହୋଇପାରିବ ସେନେଇ ବିଏମସି ମୁଖ୍ୟାଳୟରେ ୬୭ ଜଣ ୱାର୍ଡ ଅଫିସର ଏବଂ ୧୪ ଜଣ ମିସ୍ ସରକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ୩ଟି ବ୍ୟାଚ୍ରେ ଦିଆଯାଇଥିବା ଏହି ପ୍ରଶିକ୍ଷଣରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ (ବିଏସ୍ସିଏଲ୍) ଦ୍ୱାରା ପ୍ରସ୍ତୁତ ଅନଲାଇନ୍ ମଡ଼୍ୟୁଲ୍ ଦେଖାଯାଇଛି।
ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସସିଏଲ) ଦ୍ୱାରା ପ୍ରସ୍ତୁତ ମଡ୍ୟୁଲ ଅନୁସାରେ ମାତ୍ର ୧୫ ଦିନରେ ବ୍ୟବସାୟୀଙ୍କୁ ମିଳିବ ଟ୍ରେଡ ଲାଇସେନ୍ସ । ପ୍ରଥମେ ବ୍ୟବସାୟୀମାନେ ଭୁବନେଶ୍ୱରଡ଼ଟ୍ମି ଓ୍ବେବ୍ସାଇଟ୍କୁ ଯାଇ ସିଟିଜେନ୍ ସର୍ଭିସ୍ ବିକଳ୍ପକୁ ଚୟନ କରିବେ। ପରେ ଦିଆଯାଇଥିବା ଟ୍ରେଡ଼୍ ଲାଇସେନ୍ସ ବିକଳ୍ପକୁ ବାଛି ଲାଇସେନ୍ସ ପାଇଁ ଆବେଦନ କରିବେ। ଆବେଦନ ପରେ ଏକ ଫର୍ମ ଆସିବ ଆବଶ୍ୟକ କାଗଜପତ୍ର ସହ ସମସ୍ତ ତଥ୍ୟ ଦେଇ ବ୍ୟବସାୟୀମାନେ ଫର୍ମ ପୂରଣ କରିବେ।