ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି । ଆଜି ପୁଣି ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳିବ । ରାଜରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ୬ ଟି ଜିଲ୍ଲାରେ କାଳବୈଶାଖୀ ଓ ଘଡଘଡି ହେବା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଆଜି ରାଜ୍ୟରେ ୬ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ନୂଆପଡ଼ା, ସୁନ୍ଦରପଦା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର। ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ଅପରାହ୍ଣ ବେଳକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ବର, ବାରିପଦା ଓ ନୟାଗଡ଼ରେ ଗତକାଲି ପାରଦ ୩୯ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଜି ଭୁବନେଶ୍ବର ଓ ବାରିପଦାର ତାପମାତ୍ରା ୩୮ ଡିଗ୍ରିକୁ ଖସିଛି ଓ ନୟାଗଡ଼ର ତାପମାତ୍ରା ପ୍ରାୟ ୪ ଡିଗ୍ରି ଖସି ୩୫ ଡିଗ୍ରିରେ ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିଠାରେ ୩୯ ଡିଗ୍ରି ରେକର୍ଡ ହୋଇଛି।