ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦୁଇଟି ଯାକ କରୋନା ଟିକା ଆସି ପହଞ୍ଚିଯାଇଛି । ଗତ କାଲି କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ଆସିଛି କୋଭାକ୍ସିନ୍ । କୋଭାକ୍ସିନ୍ ଟିକାକୁ ବିଏମସି ଅଞ୍ଚଳରେ ଦିଆଯିବା ବେଳେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ କୋଭାସିଲ୍ଡ ଟିକା ଦିଆଯିବ ।
ପ୍ରଥମ ବ୍ୟାଚରେ ରାଜ୍ୟକୁ ୪ ଲକ୍ଷ ୮୦ ହଜାର ଡୋଜ କୋଭିସିଲ୍ଡ ଆସିଥିବା ବେଳେ ଆଜି ୨୦ ହଜାର ଡୋଜ କୋଭାକ୍ସିନ୍ ଆସିଛି । ରାଜ୍ୟରେ ୩,୩୮,୭୭୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଭ୍ୟାକସିନ ।ପ୍ରଥମ ପର୍ଯ୍ୟାୟରେ ୧,୯୨,୫୫୫ ଜଣଙ୍କୁ କରୋନା ଟିକା ଦିଆଯିବ ।
ଓଡିଶାରେ ସମସ୍ତ ୩୦ ଟି ଜିଲ୍ଲାରେ କୋଭାସିଲ୍ଡ ଟୀକା ଦିଆଯିବ ଏବଂ କୋଭାକ୍ସିନ ଟୀକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ହିଁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟୀକା ଦିଆଯିବ । ବୁଧବାର ଦିନ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିଛି ।ତେବେ ଆସିଥିବା କୋଭାକ୍ସିନ ଟିକାକୁ ବିଏମସି ରେ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।