ନୂଆପଡା(ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ନୁଆପଡା ଓ କଳାହାଣ୍ଡି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତ ଜାରି କରାଯାଇଛି । ଏଣିକି ନୂଆପଡାବାସୀଙ୍କୁ ପଡୋଶୀ ରାଜ୍ୟ ଛତିଶଗଡ ଯିବାଆସିବା କରିବା ଉପରେ କଟକଣା ଜାରି କରାଯାଇଛି ।
ନୁଆପଡାବାସି ଲୋକମାନେ ସପିଂ କରିବା ପାଇଁ ଛତିଶଗଡ ଯାଉଥିବାରୁ ଲୋକମାନଙ୍କୁ ଛତିଶଗଡ ଯିବା ପାଇଁ ବନ୍ଦ କରିଦିଆଯିବା ସହ ବସ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ମାଇକ ଲଗାଇ ଲୋକମାନଙ୍କୁ ସଚେତନର ବାର୍ତ୍ତା ଦିଆଯାଉଛି । କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରେ ଲାଗିଥିବାରୁ ବିଭାଗ ପକ୍ଷରୁ ଚିନ୍ତା ବଢିବାରେ ଲାଗିଛି । ସୀମାନ୍ତ ଜିଲ୍ଲାମାନଙ୍କ ଉପରେ କଡାନଜର ରଖାଯାଇଛି । ନୂଆପଡା,ସୁନ୍ଦରଗଡ,ବରଗଡ,ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମଣ ଅଧିକ ରହୁଛି । ଏହା ଉପରେ ନଜର ରଖିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।