ଛତିଶଗଡ(ଏଟିଆର ବ୍ୟୁରୋ): ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୯ଜଣ ନକ୍ସଲ ନିଖୋଜ ହୋଇଛନ୍ତି । ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ ଏବଂ ୩୦ରୁ ଅଧିକ ଯବାନ ଆହତ ହୋଇଥିଲେ। ସେଥିମଧ୍ୟରୁ ୨୩ ଜଣଙ୍କୁ ବିଜାରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୭ ଯବାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ତେବେ ଏନ୍କାଉଣ୍ଟର ପରେ ୨୧ ଜଣ ଯବାନଙ୍କ ପତ୍ତା ମିଳୁନଥିବାର ସୂଚନା ମିଳିଛି । ଏନେଇ ଆଜି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ସେଠାକାର ପୋଲିସ ଅଧିକାରୀ କହିଛନ୍ତି ଶନିବାର ଦିନ ସୁରକ୍ଷାକର୍ମା ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା । ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ ।
ଅନ୍ୟପଟେ ୫ ଯବାନଙ୍କ ସହିଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ମୋଦୀ କହିଛନ୍ତି ତାଙ୍କର ବଳିଦାନକୁ କେବେ ହେଲେ ଭୁଲି ହେବ ନାହିଁ । ଗୁରୁତର ଯବାନମାନେ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ତାହା ର୍ହି ମୁଁ କାମନା କରୁଛି ବୋଲି ମୋଦୀ କହିଛନ୍ତି ।