ପୁରୀ(ଏଟିଆର ବ୍ୟୁରୋ):କରୋନା ମହାମାରୀ ପାଇଁ ଦୀର୍ଘ ୮ ମାସ ହେବ ମନ୍ଦିର ବନ୍ଦ ରହିଛି । ଡ଼ିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର ।ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ । ନାଗାର୍ଜୁନ ବେଶ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିବ ।
ବର୍ତ୍ତମାନ ସ୍ଥିତିରେ ସୁଧାର ଧିରେ ଧିରେ ଆସୁଥିବାରୁ ମନ୍ଦିର ଖୋଲିବାକୁ ଚିନ୍ତା କରୁଛି ପ୍ରଶାସନ । ମନ୍ଦିର ଖୋଲିଲେ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କୌଣସି ଭକ୍ତ ସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ