ମାଲକାନଗିରି (ଏଟିଆର ବ୍ୟୁରୋ) ; ଭାରରେ ବୁହା ହେଲେ ଗର୍ଭବତୀ । ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ । ୧୦ କିଲୋମିଟର ବାଟ ଭାରରେ ବୁହା ହେଲେ ମହିଳା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖବରପୁଟ ବ୍ଳକ ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ବ୍ଳକର ବଡଡୁରାଲ ପଞ୍ଚାୟତର କୁଟୀର ଗ୍ରାମର ଜଣେ ମହିଳା ଗର୍ଭ ଜନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ଏହି ଅଞ୍ଚଳ ଅପହଞ୍ଚ ହୋଇଥିବାରୁ ଏଠାରେ ଗାଡି ଆସିପାରନଥିବା କିନ୍ତୁ ଗାଁ ଲୋକଙ୍କ ସହାୟତାରେ ଗାଁଠାରୁ ୧୦ କିଲୋମିଟରେ ଥିବା ଡାକ୍ତରଖାନାକୁ ନେଇଥିଲେ । ଆବଡାଖାବଡା ରାସ୍ତା ହୋଇଥିଲେ ମଧ୍ୟ ଚାଲି ଚାଲି ଯାଇଥିଲେ ।
ଏପରି ଘଟଣା ପ୍ରଥମ ଥର ନୁହେଁ । ପୂର୍ବରୁ ଏପରି ବହୁଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଏବେ ପ୍ରଶାସନ କୈାଣସି ବି ପଦକ୍ଷେପ ନେଇନାହିଁ । ଗାଁକୁ ରାସ୍ତା ନିର୍ମାଣ ପାଇଁ ଗାଁ ଲୋକ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କିଛି ଫରକ ପଡିନି । ରାସ୍ତା ଯେମିତି ଅପନ୍ତରା ଥିଲା ଏବେ ବି ସେମିତି ଅଛି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୈଡି ଦୈଡି ଆଲିଆ ହୋଇଗଲେଣି ଗାଁ ଲୋକ । ପ୍ରତ୍ୟକ ଦିନ ଏଠାରେ କିଛି ନା କିଛି ଅଘଟଣ ଘଟୁଥିଲେ ମଧ୍ୟ ଏମାନେ ଅଣଦେଖା ହେଲା ଭଳି ରହିଯାଇଛନ୍ତି । କେବେ ପୂରଣ ହେବ ଗାଁ ଲୋକଙ୍କ ସ୍ୱପ୍ନ ? ଗାଁକୁ ରାସ୍ତା କରେଇ ଦେବା ପାଇଁ ବହୁ ରାଜନେତାମାନେ ପ୍ରତିଶୃତି ଦେଇଥିଲେ କିନ୍ତୁ କେହି ବି ନିଜର କଥା ରଖି ନାହାଁନ୍ତି ।