ଭୁବନେଶ୍ୱ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଯିଏ ଯେମିତି ପରିଲା କରୋନା ଭାଇରସର ମୁକାବିଲା କରିବାରେ ଲାଗି ପଡିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଭାରତକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆ ଯାଇଛି । ଫଳରେ ଓଡିଶାର ବହୁ ଲୋକ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି । ପ୍ରାୟ ୧ ଲକ୍ଷ ଓଡିଆ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି ବୋଲି ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ଏହା ସହ ସେ କହିଛନ୍ତି ଲକ୍ ଡାଉନ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା କରିବାରେ ବାରଣ କରାଯାଇଛି । ତଥାପି ବାହାର ରାଜ୍ୟରେ ଫସି ହୋଇ ରହିଥିବା ଓଡିଆଙ୍କୁ ଓଡିଶା ଆଣିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସହ କାଥାବାର୍ତ୍ତା ହେଉଛନ୍ତି । ସୂଚନା ଯୋଗ୍ୟ ବାହାରା ରାଜ୍ୟରେ ଫସି ହୋଇ ରହିଥିବା ଓଡିଆଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ମାନଙ୍କୁ ନିଯୁକ୍ତି କରିଛନ୍ତି । ସେମାନେ ନୋଡାଲ ଅଫିସର ମାନଙ୍କ ସହ ଯୋଗା ଯୋଗ କରି ସେମାନଙ୍କର ସମସ୍ୟା ବିଷୟରେ ଜଣାଇପାରିବେ ।