ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର ଅନୁମୋଦନ କ୍ରମେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିଯୁକ୍ତି ସଂମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କାଲି ଲୋକସଭା ଭବନରେ ସଞ୍ଜୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ତାଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିଛି । ଦାୟିତ୍ୱ ଗ୍ରହଣ କରିସାରିବା ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।
ଦାୟିତ୍ୱ ନେବା ସମୟରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଯୋଜନା ବୋର୍ଡର ରୂପରେଖ ପରିବର୍ତ୍ତନ ଏବଂ ଜନସାଧାରଣଙ୍କ ସେବାରେ ଏହାକୁ ସକ୍ରିୟଭାବରେ ଭାଗୀଦାରି କରିବା ନେଇ ଆଲୋଚନା ହୋଇଥିଲା। ଯୋଜନା ବୋର୍ଡକୁ ଅଧିକ ଫଳପ୍ରଦ କରାଯିବା ସହ ଜିଲା ଯୋଜନାକୁ ବୋର୍ଡ ମାଧ୍ୟମରେ ଅଧିକ ଗତିଶୀଳ କରାଯିବ। କେରଳ ଓ ତେଲେଙ୍ଗାନା ଭଳି ରାଜ୍ୟ ଯୋଜନା ବୋର୍ଡ ନୂଆ ରୂପ ପାଇବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ଦାସବର୍ମା ଏହା କହିଛନ୍ତି । ତେବେ ଏହାକୁ ଉଭୟ କଂଗ୍ରେସ ଓ ବିଜେପି ଏ ଲୋକ ଦେଖାଣିଆ କହି ନିଜର ନିଜର ଅସନ୍ତୋଷ ଜାହିର କରିଛନ୍ତି ।